fbpx

ଅଫଲାଇନରେ ହେବ ସିବିଏସଏଇ ଟର୍ମ-୧ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଅଫଲାଇନରେ ହେବ ଦଶମ ଓ ଦ୍ୱାଦଶ ଟର୍ମ-୧ ବୋର୍ଡ ପରୀକ୍ଷା । ଅଫଲାଇନରେ ପରୀକ୍ଷା ହେବା ନେଇ ସିବିଏସଇ ପକ୍ଷରୁ ଜାରି ହୋଇଛି ସୂଚନା । କେବେ ପରୀକ୍ଷା ହେବ ଅକ୍ଟୋବର ୧୮ରେ ଘୋଷଣା କରାଯିବ । ଟର୍ମ-୧ ପରୀକ୍ଷା ଅବଜେକ୍ଟିଭ ଟାଇପ ହେବ । ପରୀକ୍ଷାରେ ସମୟ ପ୍ରତି ପେପର ୯୦ ମିନିଟ ଅର୍ଥାତ ଦେଢ଼ ଘଣ୍ଟା ରହିବ । ତେବେ ଟର୍ମ-୧ ପରୀକ୍ଷା ଚଳିତ ବର୍ଷ ନଭେମ୍ବରରୁ-ଡିସେମ୍ବର ମଧ୍ୟରେ କରାଯିବ ।

କରୋନା ମହାମାରୀ ପରଠାରୁ ଏବଂ ନୂତନ ଶିକ୍ଷା ନୀତି ଲାଗୁହେବା ପରେ ସିବିଏସଇ ବୋର୍ଡର ପରୀକ୍ଷା ଏବଂ ମୂଲ୍ୟାଙ୍କନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ନୂତନ ମୂଲ୍ୟାଙ୍କନ ଯୋଜନା ଅନୁଯାୟୀ ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଶିକ୍ଷାବର୍ଷକୁ ଦୁଇ ଟର୍ମରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଟର୍ମ ୫୦ ପ୍ରତିଶତ ସିଲାବସ ସହ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସୂଚନାଯୋଗ୍ୟ, ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତା ମାସରେ ଟର୍ମ-୧ ପରୀକ୍ଷା କରାଯିବାକୁଥିବାବେଳେ ଦ୍ୱିତୀୟ ଟର୍ମ ମାର୍ଚ୍ଚ- ଅପ୍ରେଲ ୨୦୨୨ରେ କରାଯିବା ନେଇ ନିଷ୍ପତ୍ତି କରାଯାଇଛି ।

ଗତ ବର୍ଷ କରୋନା ମହାମାରୀ ଯୋଗୁଁ ସିବିଏସଇ ପରୀକ୍ଷାକୁ ବାତିଲ କରାଯିବା ସହ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାଙ୍କନ କରାଯାଇଥିଲା । ତେବେ ଏ ବର୍ଷ ସେହିଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଅତି କମରେ ଗୋଟିଏ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ସିବିଏସଇ, ଏଥିପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ଦୁଇଟି ଟର୍ମରେ ବିଭକ୍ତ କରିଛି । ଅନେକ ରାଜ୍ୟ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.