fbpx

ଲଖୀମପୁର ହିଂସା କାଣ୍ଡ: ସିନ୍ ରିକ୍ରିଏସନ୍ କଲା ଏସଆଇଟି

ନୂଆଦିଲ୍ଲୀ: ଲଖୀମପୁର ଖେରୀ ହିଂସା କାଣ୍ଡ ମାମଲାର ରିକ୍ରିଏସନ କରିଛି ଏସଆଇଟି । ଗୁରୁବାର ଏସଆଇଟି ଟିମ୍ ହିଂସା କାଣ୍ଡ ଘଟିଥିବା ସ୍ଥାନରେ ପହଞ୍ଚିଥିଲା । ଘଟଣା ସ୍ଥଳରେ ଆଶିଷ ମିଶ୍ର, ଅଙ୍କିତ ଦାସ ଏବଂ ଡ୍ରାଇଭରକୁ ନେଇ ପହଞ୍ଚିଥିଲା ଏସଆଇଟି । ତାଙ୍କ ସହ ଫରେନସିକ ଟିମ ମଧ୍ୟ ରହିଥିଲେ । ସମସ୍ତଙ୍କ ଉପସ୍ଥିତିରେ ସିନ ରିକ୍ରିଏଟ କରାଯାଇଯାଇଥିଲା ।

ଲଖୀମପୁରର ଟିକୁନିଆରେ ୩ ଅକ୍ଟୋବର ରେ କୃଷକମାନେ ଆନ୍ଦୋଳନ କରୁଥିବା ସମୟରେ କନ୍ଦ୍ରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ସୋମନଙ୍କ ଉପରକୁ ଗାଡ଼ି ଚଢ଼ାଇବା ଯୋଗୁଁ ୪ କୃଷକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାରେ ଆଶିଷ ମିଶ୍ରଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ଘଟଣା ସମୟରେ ଅଶିଷ ମିଶ୍ର ସେଠାରେ ଉପସ୍ଥିତ ଥିଲେ ନା ବଲବୀରପୁର ଗ୍ରାମରେ କୁସ୍ତି କାର୍ଯ୍ୟକ୍ରମରେ ଥିଲେ ଏହା ଏବେ ଲଖୀମପୁର ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ତଥା ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରୁ ଅଙ୍କିତ ଦାସ ଆଶିଷ ମିଶ୍ରଙ୍କ ଉପସ୍ଥିତିକୁ ସ୍ୱୀକାର କରିନାହଁ । କିନ୍ତୁ ସେଠାରେ ଥିବା କୃଷକମାନେ ଆଶିଷ ମିଶ୍ର ଥିବା କଥା କହିଛନ୍ତି ।

Get real time updates directly on you device, subscribe now.