fbpx

ଅଳିଆ ଗଦାରେ କଟା ହାତ, ଗୋଡ଼!

ଭୁବନେଶ୍ୱର: ଅଳିଆ ଗଦାରେ ପଡ଼ିଛି କଟା ହାତ ଓ ଗୋଡ଼ । ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ପଡ଼ିଛି ହାତ, ଗୋଡ଼ । ମିଳିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ସୂଚନା । ତେବେ ଏହି ଛିଡ଼ା ହାତ, ଗୋଡ଼ କାହାର ଏବଂ ଏହା ଅଳିଆ ଗଦାକୁ କିପରି ତାହା ଅସ୍ପଷ୍ଟ । ପ୍ରଥମେ ସ୍ଥାନୀୟ ଲୋକ ପ୍ରଥମେ ଏହାକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ନିକଟରେ ଥିବା ଏକ ମେଡିକାଲ ଇନଷ୍ଟିଚ୍ୟୁଟ ଲ୍ୟାବରୁ ଆସିଥାଇପାରେ ବୋଲି ଅନୁମାନ କରୁଛି ପୋଲିସ । ଦୁର୍ଗନ୍ଧ ବାହାରୁ ନଥିବାରୁ ଏହାକୁ ପ୍ରିଜର୍ଭ କରି ରଖାଯାଇଥିଲା ବୋଲି ସନ୍ଦେହ କରୁଛି ପୋଲିସ । ଫରେନ୍ସନିକ ଯାଞ୍ଚ ପାଇଁ ଏମ୍ସ ପଠାଯିବା ନେଇ ଥାନାଧିକାରୀଙ୍କ ସୂଚନା ।

Get real time updates directly on you device, subscribe now.