fbpx

ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା । ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ । ବ୍ୟକ୍ତିଗତ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଏସପିଙ୍କ ସୂଚନା । ଆର୍ଥିକ କାରାବାରକୁ ନେଇ ବ୍ୟକ୍ତିଗତ ଆକ୍ରେଶରୁ ବୋମାମାଡ଼ ହୋଇଥିଲା । ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରତାପ ରାଉତ ଓ ବିଦ୍ୟାଧର ପରିଡ଼ା ଗିରଫ । ବୋମା ଫିଙ୍ଗିଥିବା ମନମୋହନ ମୋନମୋହନ ଦାସ, ଶରତ ଚନ୍ଦ୍ର ଜେନା ଶିକୁଲ ଶେଖ ମଧ୍ୟ ଗିରଫ । ଏମାନଙ୍କ ଠାରୁ ୪ ଟି ମୋବାଇଲ ଗୋଟିଏ ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଛି ପୋଲିସ ।

ଗତ ରବିବାର ଦିନ ବିଧାୟକ ମୋହର ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିଲା । କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟ ଅରଡେଇ ବ୍ରିଜ ନିକଟରେ ହୋଇଥିଲା ଏହି ବୋମାମାଡ଼ । ମିଟିଂ ସାରି ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରେ ଦୁଇଟି ବୋମାମାଡ଼ ହୋଇଥିଲା । ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ୨ଟି ବୋମାମାଡ଼ କରିଥିଲେ । ଏଥିରେ ବିଧାୟକଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ବର୍ତ୍ତିଯାଇଥିଲେ ବିଧାୟକ । ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.