fbpx

କିସାନ ବିକାଶ ପତ୍ର; ପୋଷ୍ଟ ଅଫିସର ଏହି ସ୍କିମରେ ଦ୍ୱିଗୁଣ ହୋଇପାରିବ ଟଙ୍କା

ନୂଆଦିଲ୍ଲୀ: ସମସ୍ତେ ନିଜର ଜମା ରାଶି ସୁରକ୍ଷିତ ରଖିବା ସହ ଏହାକୁ ବୃଦ୍ଧି କରିବାକୁ ଚାହନ୍ତି । ଏଥିପାଇଁ ଅନେକ ସେମାନଙ୍କୁ ଜମାରାଶିକୁ ବ୍ୟାଙ୍କରେ ରଖିଥାନ୍ତି କିମ୍ବା କୌଣସି ସ୍କିମରେ ନିବେଶ କରିଥାନ୍ତି । ତେବେ ସୁରକ୍ଷିତ ନିବେଶ ଏବଂ ଭଲ ରିଟର୍ଣ୍ଣ ପାଇବା ପାଇଁ ପୋଷ୍ଟ ଅଫିସର ଏହି ଯୋଜନା କିସାନ ବିକାଶ ପତ୍ର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ ।

ପୋଷ୍ଟ ଅଫିସର ସଞ୍ଚୟ ଯୋଜନାରେ ଆପଣଙ୍କ ଟଙ୍କା ସୁରକ୍ଷିତ ତ ରହିଥାଏ ଏହା ସହ ଏଥିରେ ଅନ୍ୟ ଯୋଜନା ତୁଳନାରେ ଅଧିକ ସୁଧ ମିଳିଥାଏ । ପୋଷ୍ଟ ଅଫିସର ଏହି ଯୋଜନା ହେଉଛି କିସାନ ବିକାଶ ପତ୍ର । କୃଷକଙ୍କ ନିବେଶକୁ ଦ୍ୱିଗୁଣିତ କରିବା ଉଦେ୍ଧଶ୍ୟରେ ଏହାକୁ ଆରମ୍ଭ କରାଯାଇଥିଲା । ତେବେ ବର୍ତ୍ତମାନ ଏହି ସେବା ଏବେ ସମସ୍ତଙ୍କ ପାଇଁ ଉପଲବ୍ଧ । ଏହି ଯୋଜନାରେ ୧୦ ବର୍ଷ ଏବଂ ୪ ମାସ ଅର୍ଥାତ୍ ୧୨୪ ମାସରେ ଆପଣ ଜମାକରାଇଥିବା ଟଙ୍କା ଦ୍ୱିଗୁଣିତ ହୋଇପାରିବ । ଏହି ଜମା ଖାତାରେ ୬.୯% ସୁଧ ମିଳିଥାଏ ।

ଯଦି ଆପଣ କିସାନ ବିକାଶ ପତ୍ର ଯୋଜନାରେ ନିବେଶ କରୁଛନ୍ତି ତେବେ ଜମା କରାଯାଇଥିବା ନିଶ୍ଚିତ ରାଶି ୧୦ବର୍ଷ ୪ ମାସରେ ଦ୍ୱିଗୁଣ ହୋଇଥାଏ । କିସାନ ବିକାଶ ପତ୍ର ଯୋଜନାରେ ଆପଣଙ୍କୁ ପ୍ରମାଣପତ୍ର ଭାବରେ ନିବେଶ କରିବାକୁ ପଡ଼ିଥାଏ । ଆପଣ ଏହି ପ୍ରମାଣପତ୍ରକୁ ୧୦୦୦ ଟଙ୍କା, ୫୦୦୦ ଟଙ୍କା, ୧୦୦୦୦ ଟଙ୍କା ଏବଂ ୫୦୦୦୦ ଟଙ୍କା ଭାବରେ କିଣିପାରିବେ ।

୫୦୦୦୦ରୁ ଅଧିକ ନିବେଶ ଉପରେ ପ୍ୟାନ କାର୍ଡ ବାଧ୍ୟତାମୂଳକ ଥିବାବେଳେ ୧୦ ଲକ୍ଷ କିମ୍ବା ଏହାଠାରୁ ଅଧିକ ନିବେଶ ଉପରେ ଆୟ ପ୍ରମାଣ ଜମା କରିବାକୁ ପଡ଼ିବ, ଯେମିତିକି ଇନକମ ଟ୍ୟାକ୍ସ ରିଟର୍ଣ୍ଣ, ସାଲାରୀ ସ୍ଲିପ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ । ଏହାଛଡ଼ା ପରିଚୟ ପତ୍ର ମଧ୍ୟ ଦେବାକୁ ପଡ଼ିଥାଏ ।

ଏହି ଯୋଜନା ଅନୁଯାୟୀ କୌଣସି ଭାରତୀୟ ନାଗରିକ ଯାହାର ବୟସ ୧୮ ବର୍ଷରୁ ଅଧିକ ହୋଇଥାଏ ସେ ଏହି ଆକାଉଣ୍ଟ ଖୋଲାଇପାରିବେ । ତେବେ ଆକାଉଣ୍ଟ ଖୋଲିବାର ସର୍ବାଧିକ ବୟସ ସୀମା ବିଷୟରେ କୁହାଯାଇନାହିଁ । ତେବେ ୧୦ ବର୍ଷରୁ ୧୮ ବର୍ଷରୁ କମ୍ ନାବାଳକଙ୍କ ନାମରେ ବି କେଭିପି ସାର୍ଟିଫିକେଟ କିଣିପାରିବେ ।

Get real time updates directly on you device, subscribe now.