fbpx

ଆଜିବି ମିଳିଲାନି ଜାମିନ: ୨୦ ଅକ୍ଟୋବର ଯାଏଁ ଜେଲରେ ରହିବେ ଆର୍ୟନ ଖାନ

ମୁମ୍ବାଇ: ମୁମ୍ବାଇ: କ୍ରୁଜ ଡ୍ରଗ ମାମଲାରେ ଆର୍ୟନ ଖାନଙ୍କୁ ଆଜି ବି ମିଳିଲାନି ଜାମିନ । ଆର୍ୟନ ଖାନ୍ ଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ । ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ । ତେବେ ଆର୍ୟନ ଖାନଙ୍କୁ ପୁଣି ୨୦ ଅକ୍ଟୋବର ଯାଏଁ ଜେଲରେ ରହିବାକୁ ପଡ଼ିବ । ଆର୍ୟନଙ୍କ ସହ ଅର୍ବାଜ ଓ ମୁନମୁନଙ୍କ ଜାମିନ ରାୟର ଶୁଣାଣି ବି ୨୦ ଅକ୍ଟୋବରରେ ହେବ ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨ ତାରିଖରେ ମୁମ୍ବାଇରେ ଏକ କ୍ରୁଜରେ ହେଉଥିବା ରେଭ ପାର୍ଟିରେ ଯୋଗଦେଇଥିଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ସେଠାରୁ ଡ୍ରଗ୍ସ ସେବନ କରି ନିଶାସକ୍ତ ଅବସ୍ଥାରେ ଗିରଫ କରିଥିଲା ଏନସିବି । ମାମଲାରେ ଆର୍ୟନଙ୍କୁ ଜେଲ ମଧ୍ୟ ହୋଇଛି । ଏନସିବି ପକ୍ଷରୁ ଚଢାଉ କରାଯାଇ ଆର୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.