fbpx

ଗାଁରୁ ଗାଁକୁ ଯାଇ ଧଡ଼ାଧଡ଼ ନିଷ୍ପତ୍ତି ଶୁଣାଉଛନ୍ତି ଏହି IAS ଅଧିକାରୀ, ସାମ୍ନାକୁ ଆସିଲା ଫଟୋ

ଲଖନଉ: ଉତ୍ତରପ୍ରଦେଶରେ ଜଣେ ଆଇଏଏସ ଅଧିକାରୀଙ୍କୁ ନେଇ ଗତକିଛି ଦିନ ଚର୍ଚ୍ଚା ଲାଗିରହିଛି । ଆଇଏଏସ ଅଧିକାରୀ ପ୍ରେମ ପ୍ରକାଶ ମୀନା ଏବେ ଚନ୍ଦୌଲୀରେ ଯୁଗ୍ମ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି ଓ ‘ନ୍ୟାୟ ଆପକେ ଦ୍ୱାର’ ବା ଆପଣଙ୍କ ଦ୍ୱାରରେ ନ୍ୟାୟ ବୋଲି ଏକ ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନ ଅଧିନରେ ସେ ନିଜେ ଘଟଣାସ୍ଥଳକୁ ଯାଇ ସମ୍ପତ୍ତି ବିବାଦ ଭଳି ଅନେକ ସମସ୍ୟାର ସମାଧାନ କରୁଛନ୍ତି ।

ରାଜସ୍ଥାନର ଅଲବର ଜିଲ୍ଲାରେ ରହୁଥିବା ଆଇଏଏସ୍ ଅଧିକାରୀ ପ୍ରେମ ପ୍ରକାଶ ମୀନା ଜୟପୁର କେମିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏସନ ପାସ୍ କରିଛନ୍ତି । ଆଇଆଇଟି ବମ୍ବେରେ ଏମ.ଟେକ୍ ପରେ ଆର୍ନ୍ତରାଷ୍ଟ୍ରୀୟ ତୈଳ ଓ ଗ୍ୟାସ କମ୍ପାନୀରେ ବି କାମ କରିଥିଲେ । ୨୦୧୫ରେ ସେ ଫେରିଆସି ୟୁପିଏସଏସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମ ପ୍ରୟାସରେ ହିଁ ସଫଳତା ହାସଲ କରିଥିଲେ ପ୍ରେମ ।

ତେବେ ଆଜିକାଲି ପ୍ରେମ ଚନ୍ଦୌଲୀରେ ଯୁଗ୍ମ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ସମ୍ଭାଳୁଥିବା ସହ ବିବାଦର ସମାଧାନ କରିବାକୁ ‘ନ୍ୟାୟ ଆପକେ ଦ୍ୱାର’ ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନ ଅଧିନରେ ପ୍ରେମ ଘଟଣାସ୍ଥଳରେ ପହଞ୍ଚି ଧଡ଼ାଧଡ଼ ବିବାଦର ସମାଧାନ କରୁଛନ୍ତି । ଏହା ଅଧିନରେ ପ୍ରେମ ବର୍ତ୍ତମାନ ସୁଦ୍ଧା ୮୦୦ ବିବାଦର ସମାଧାନ କରିସାରିଛନ୍ତି ।

Get real time updates directly on you device, subscribe now.