fbpx

ଦିଲ୍ଲୀ ବାୟୁ ପ୍ରଦୂଷଣ: ନିୟମ ମାନୁନଥିବା ଅଭିଯୋଗରେ ୬୫ ଲକ୍ଷ ଫାଇନ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ତଥା ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଅଭିଯାନ ପ୍ରଦୂଷଣ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ଦିଲ୍ଲୀର ପୌରପାଳିକା ମଧ୍ୟ ସରକାରଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଚାଲାଣ ଜାରିକରାଯାଉଛି। ଗୋଟିଏ ସପ୍ତାହ ମଧ୍ୟରେ ଦକ୍ଷିଣ ଏମସିଡି ୭୩ ଟି ମାମଲାରେ ୬୫ ଲକ୍ଷ ଟଙ୍କା ଆଦାୟ କରିଛି।

ଏସଡିଏମସିର ସାଉଥ ଜୋନ ବିଲ୍ଡିଂ ନିର୍ମାଣ ତଥା ଭଙ୍ଗାରୁଜା ଯୋଗୁଁ ବ୍ୟାପୁଥିବା ଧୂଳି ଏବଂ ପ୍ରଦୂଷଣ ବିରୋଧରେ ବିଶେଶେ ଅଭିଯାନ ଆରମ୍ଭ କରିଛି । ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶର ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି କ୍ରମରେ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଆଇ.ଆଇ.ଟି ଦିଲ୍ଲୀ ଉପରେ ୨୦ ଲକ୍ଷ, ସଫଦରଜଙ୍ଗ ହସ୍ପିଟାଲ ଉପରେ ୫ ଲକ୍ଷ ଏହା ସହ ନିୟମ ଉଲ୍ଲଙ୍ଘନ କରିଥିବା ଠିକାଦାର ଏବଂ ବିଲ୍ଡରଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି ।

ସାଉଥ ଜୋନର ନିର୍ମାଣ ବିଭାଗ ତରଫରୁ ଲଗାତାର ସବୁ ପ୍ରଦୂଷଣ ହଟସ୍ପଟ ପାଲଟିଥିବା ଅଞ୍ଚଳ ଉପରେ ନଜର ରଖାଯାଉଛି ଫଳରେ ଧୂଳି ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ । ଏହା ସହ ନିର୍ମାଣ ବିଭାଗ ଅଧିକାରୀମାନଙ୍କ ଦ୍ୱାରା  ଦକ୍ଷିଣ ଜୋନରେ ହେଉଥିବା ନିର୍ମାଣ ସ୍ଥାନ ଉପରେ ମଧ୍ୟ ନଜର ରଖାଯାଉଛି । ଏହା ମଧ୍ୟ ସୁନିଶ୍ଚିତ କରାଯାଉଛି ଯେ ନିର୍ମାଣ କାର୍ଯ୍ୟ କରୁଥିବାବେଳେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବିଲଡର, ମାଲିକ, କଣ୍ଟ୍ରାକ୍ଟରମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି  । ଏହା ବ୍ୟତୀତ ବିଭାଗ ଦ୍ୱାରା ଯାଞ୍ଚ ସମୟରେ ନାଗରିକମାନଙ୍କୁ ଧୂଳି ଏବଂ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଉଛି।

Get real time updates directly on you device, subscribe now.