fbpx

ପୂଜା ଛୁଟି ପରେ ଖୋଲିବ କି ଅନ୍ୟ କ୍ଲାସ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ପାଇଁ ପାଠପଢ଼ା ଉପରେ ଅଧିକ ପ୍ରଭାବ ପଡିଛି । ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବେଳେ ଅନ୍ୟ ଶ୍ରେଣୀର ଅଫଲାଇନ୍ ପାଠପଢ଼ା ବନ୍ଦ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ମାଧ୍ୟମରେ ପାଠପଢ଼ାଯାଉଛି । ଏହାରି ମଧ୍ୟରେ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବାକୁ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ଆଶା କରିବା କି ପୂଜା ଛୁଟି ପରେ ପରିସ୍ଥିତି ଭଲ ହେବ । ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ । ସ୍କୁଲ ନ ଖୋଲିବା ଯାଏଁ ଅନଲାଇନରେ କ୍ଲାସ ଚାଲିବ । ମୋବାଇଲର ଦୁରୂପଯୋଗ ଯେଭଳି ନ ହେଉ, ସେନେଇ ଅଭିଭାବକ ସଜାଗ ହୁଅନ୍ତୁ ବୋଲି ସମୀର କହିଛନ୍ତି ।

Get real time updates directly on you device, subscribe now.