fbpx

ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍: ଅମିତ ଶାହା

ନୂଆଦିଲ୍ଲୀ: ସହିଦ ଯବାନଙ୍କ ପ୍ରତିଶୋଧ ପାଇଁ ଭାରତୀୟ ସେନା ପିଓକେରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିବା ସହିତ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଧ୍ୱଂସ କରିଥିଲେ । ଭାରତରେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୋଆରେ ଜାତୀୟ ଫୋରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ଏପରି କହିଛନ୍ତି ଅମିତ ଶାହା । ଏହା ସହ ସେ କହିଛନ୍ତି ଯେ, ‘ଭାରତୀୟ ସୀମାରେ ବିଶୃଙ୍ଖଳା କଲେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ହେବ । ପୂର୍ବରୁ କେବଳ କଥାବାର୍ତ୍ତାରେ କାର୍ଯ୍ୟାନୁଷ୍ଠାନ ସୀମିତ ଥିଲା । କିନ୍ତୁ ଏବେ କଥାରେ ନୁହେଁ, କାମରେ ଜବାବ ଦେବାର ସମୟ ଆସିଛି ।’

ଅନ୍ୟପଟେ ପାକିସ୍ତାନ ଆତଙ୍କବାଦୀ ପୁଣି ଏକ ଆକ୍ରମଣର ଯୋଜନା କରୁଛନ୍ତି । ଖୁଫିଆ ରିପୋର୍ଟରୁ ଖୁଲାସା ହୋଇଛି ଯେ, ‘ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଙ୍ଗ ପାଇଁ ୨୦୦ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ଲିଷ୍ଟରେ ଖୁଫିଆ ଏଜେନ୍ସିର ଲୋକେ, କେନ୍ଦ୍ର ସରାକର ଓ ସେନାର ନିକଟତର ମିଡିଆକର୍ମୀ, ଘାଟିର ବାହାରରେ ଥିବା ଲୋକ ଓ କାଶ୍ମୀର ପୀଡିତାମାନଙ୍କ ନାଁ ଓ ତାଙ୍କ ଗାଡ଼ି ନମ୍ବର ସାମିଲ ରହିଛି ।

Get real time updates directly on you device, subscribe now.