fbpx

ଏହି ଆପକୁ କରାଗଲା ବ୍ୟାନ୍: ଫୋନରୁ ଜଲଦି ହଟାଇ ବଦଳାନ୍ତୁ ଫେସବୁକ୍ ପାସୱାର୍ଡ, ନଚେତ୍….

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ନିକଟରେ ୧୫୦ରୁ ଅଧିକ ବିପଦଜ୍ଜନକ ଆପକୁ ବ୍ୟାନ୍ କରିଥିଲା ଗୁଗଲ୍ । ଏବେ ଗୁଗଲ ପୁଣି ପ୍ଲେ ଷ୍ଟୋରରୁ ୩ଟି ବିପଦଜ୍ଜନକ ଆପକୁ ହଟାଇଛି । ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ଆପକୁ ବ୍ୟାନ୍ କରିଛି ଗୁଗଲ । ଆପଣ ବି ଏହି ଆପକୁ ତୁରନ୍ତ ଡିଲେଟ୍ କରିଦେବା ଉଚିତ୍ ।

ତେବେ ଚଳିତବର୍ଷ Google I/Oରେ କମ୍ପାନୀ କହିଥିଲା ଯେ, ବର୍ତ୍ତମାନ ୩ ବିଲିୟନ୍ ଆଣ୍ଡ୍ରଏଡ୍ ଆକ୍ଟିଭ ଡିଭାଇସ୍ ରହିଛି । ବିପଦଜ୍ଜନକ ଆପକୁ ବ୍ୟାନ୍ କରି ୟୁଜର୍ସଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି ଗୁଗଲ୍ । ଯେଉଁ ଆପକୁ ବ୍ୟାନ୍ କରାଯାଇଛି, ସେହି ଆପଗୁଡିକ ୟୁଜର୍ସଙ୍କ ତଥ୍ୟ ଓ ଟଙ୍କା ଚୋରାଉଥିଲା । ଲଗଇନ୍ ୱିଥ୍ ଫେସବୁକ୍ ବଟନ୍ ଜରିଆରେ ୟୁଜର୍ସଙ୍କୁ କିଛି ବି ୱେବ ସର୍ଭିସ ବା ଆପକୁ ତୁରନ୍ତ ପ୍ରମାଣିକରଣ କରିବାରେ ସହଜ ହୋଇଥାଏ । ଏହାକୁ ସେ ବିନା କୌଣସି ୟୁଜର ନାଁ ଓ ପାସୱାର୍ଡରେ ବ୍ୟବହାର କରନ୍ତି । କିନ୍ତୁ ସିକ୍ୟୁରିଟି ଫର୍ମ ଅନୁସାରେ, ଏହି ଆପ୍ ୟୁଜରଙ୍କ ଲଗଇନ୍ ଆଇଡି ଓ ପାସୱାଡ ଚୋରି କରି ପର୍ସନାଲ ସୂଚନା ଚୋରି କରିଥାନ୍ତି । ଏବେ Magic Photo Lab – Photo Editor, Blender Photo Editor-Easy Photo Background Editor ଓ Pix Photo Motion Edit 2021 ର ପ୍ଲାଟଫର୍ମକୁ ବ୍ୟାନ୍ କରାଯାଇଛି ।

ଯଦି ଆପଣ ଏହି ଆପର ବ୍ୟବହାର କରୁଛନ୍ତି, ତେବେ ମୋବାଇଲରୁ ତୁରନ୍ତ ହଟାଇଦିଅନ୍ତୁ । ଏହା ବ୍ୟତୀତ ଆପଣ ଫେସବୁକ୍ ଲଗିନ ଡିଟେଲ୍ସକୁ ବି ପରିବର୍ତ୍ତନ କରନ୍ତୁ । ଯଦି ଆପଣ ଫଟୋ ଏଡିଟ୍ କରିବାକୁ ଚାହୁଁଛନ୍ତି, ତେବେ ଗୁଗଲ ପ୍ଲେ ଷ୍ଟୋରରୁ ଯେକୌଣସି ପପୁଲାର ଆପକୁ ଡାଉନଲୋଡ କରିପାରିବେ ।

Get real time updates directly on you device, subscribe now.