fbpx

ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇବା ପରେ କ୍ରାଶ ହେଲା ୱେବସାଇଟ, ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ

ନୂଆଦିଲ୍ଲୀ, ୧୫ା୭: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଶେଷରେ ପ୍ରକାଶ ପାଇଥିଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । cbseresults.nic.in ୱେସାଇଟରେ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳ ଦେଖିପାରିବେ ବୋଲି ସୂଚନା ମିଳିଥିଲା । କିନ୍ତୁ ୧୦ମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବା ପରେ ହିଁ ୱେବସାଇଟ କ୍ରାଶ ହୋଇଥିବା ନେଇ ଜଣାପଡ଼ିଛି । କିନ୍ତୁ ଚିନ୍ତା କରିବାର କିଛି ନାହିଁ । ଛାତ୍ରଛାତ୍ରୀ ଚାହିଁଲେ ଏସଏମଏସ ଜରିଆରେ ନିଜର ରେଜଲ୍ଟ ଦେଖିପାରିବେ । ଛାତ୍ରଛାତ୍ରୀମାନେ ନିଜର ଜନ୍ମ ତାରିଖ, ରୋଲ ନମ୍ବର ଓ ସେଣ୍ଟର ନମ୍ବର ଲେଖି ୭୭୩୮୨୯୯୮୯୯କୁ ଲେଖି ପଠାଇ ଦିଅନ୍ତୁ । ଏହାପରେ ଫଳାଫଳ ଏସଏମଏସ ଯାଇଥିବା ନମ୍ବରକୁ ଆସିଯିବ । ଏହାସହ MyCBSE ଆପରେ ମଧ୍ୟ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଦେଖିପାରିବେ । ଏହି ଆପରେ ନିଜ ରୋଲନମ୍ବର ଦେଇ ରେଜଲ୍ଟ ଜାଣି ପାରିବେ ।

Get real time updates directly on you device, subscribe now.