fbpx

+୨ ପରୀକ୍ଷା: ସବୁ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଯୁକ୍ତଦୁଇର ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଚିତ୍ରା ଆରୁମଗମ । ଚିତ୍ରା କହିଛନ୍ତି ଯେ, ୧୧୪୩ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ । ପରୀକ୍ଷା ପରିଚାଳନା ନେଇ ଭିଡିଓ କନଫରେନ୍ସିଂରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଓ ଏସପିଙ୍କ ସହ ବୈଠକ ହୋଇଥିଲା ।’

ତେବେ ଚଳିତ ବର୍ଷ ୩ ଲକ୍ଷ ୫୦ ହଜାର ୮ଶହ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ରଖିବା ପାଇଁ ୨୦୨ଟି ହବ୍ କରାଯାଇଛି ବୋଲି ଚିତ୍ରା କହିଛନ୍ତି ।

Get real time updates directly on you device, subscribe now.