fbpx

୧୦ତାରିଖ ସୁଦ୍ଧା ସିସିଟିଭି ଲଗାଯାଇ ଥିବାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କଟକ, ୩ା୧(ଓଡ଼ିଶା ଭାସ୍କର): ସବୁ +୨ କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛନ୍ତି । ୧୦ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇ ଥିବାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଣ୍ଟରନେଟ ଓ ପାୱାର ବ୍ୟାକଅପ୍ ସୁବିଧା ନେଇ ମଧ୍ୟ ରିପୋର୍ଟ ତଲବ କରାଯାଇଛି । ଖିଲାପକାରୀ ଜୁନିଅର କଲେଜକୁ +୨ ପରୀକ୍ଷା କେନ୍ଦ୍ର କରାଯିବନି । ସେଲଫ୍ ଫାଇନାନ୍ସିଂ କଲେଜରେ ପ୍ରାକ୍ଟିକାଲ ବି ସିସିଟିଭି ହଲରେ କରାଯିବ । ପୁରା ପରୀକ୍ଷାର ରେକର୍ଡ଼ିଂ କରି ରଖିବାକୁ ସବୁ ପରୀକ୍ଷା କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୩ରୁ +୨ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ୩ଲକ୍ଷ ୪୯ହଜାର ୧୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

Get real time updates directly on you device, subscribe now.