fbpx

Big Breaking; ମାଟ୍ରିକ ପରୀକ୍ଷାର୍ଥିଙ୍କ ଉପରେ ନଜର ରଖିବ CCTV: ସବୁ ସେଣ୍ଟରରେ ଲାଗିବ AI ଆଧାରିତ କ୍ୟାମେରା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ପ୍ରସ୍ତୁତ ହୋଇଛି । ତେବେ ଏଥର ପରୀକ୍ଷାର୍ଥୀଙ୍କ ଉପରେ ନଜର ରଖିବା ପାଇଁ AIର ସାହାଯ୍ୟ ନେଉଛି ମାଧ୍ୟମିକ ଶିକ୍ଷା ପରିଷଦ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେଉଥିବା କପି ଏବଂ ପରିଚାଳନାରେ ତ୍ରୁଟିଗୁଡ଼ିକୁ ରୋକିବା ପାଇଁ ସେଣ୍ଟରଗୁଡ଼ିକରେ ଏଆଇ ଆଧାରିତ ସିସିଟିଭି ଲଗାଯିବ ।

ଶିକ୍ଷା ପରିଷଦର ଏହି ପଦକ୍ଷେପ ଦ୍ୱାରା ପରୀକ୍ଷା ପରିଚାଳନାରେ ସୁଦାର ଏବଂ ସଂସ୍କାର ଆସିପାରିବ ବୋଲି ଆଶା କରାଯାଉଛି । ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି । ତେବେ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏଆଇ ଆଧାରିତ କ୍ୟାମେରା ବର୍ତ୍ତମାନ ପରୀକ୍ଷା ପରିଚାଳନାର ତ୍ରୁଟି ଉପରେ ନଜର ରଖିବ । ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି ଏହି କ୍ୟାମେରାର କମାଣ୍ଡ କଣ୍ଟ୍ରୋଲ ରୁମ । ବୋର୍ଡ କର୍ତ୍ତୃପକ୍ଷ ଏବଂ ୨୦ ଜଣ ଏକ୍ସପର୍ଟ ଏହି କମାଣ୍ଡ କଣ୍ଟ୍ରୋଲ ରୁମ ଉପରେ ନଜର ରଖିବେ । କୌଣସି ତ୍ରୁଟି ପରିଲକ୍ଷିତ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ମାଧ୍ୟମିକ ଶିକ୍ଷା ପରଷଦର ଉପସଭାପତି ଡା. ନିହାର ରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.