fbpx
BJD SKY
BJD SKY

ଆଜି ପଞ୍ଚଭୂତରେ ବିଲୀନ ହେବେ CDS ବିପିନ ରାୱତ

BJD

ନୂଆଦିଲ୍ଲୀ: ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ଦିଲ୍ଲୀ ସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ଶୁଭେଚ୍ଛୁମାନେ ତାଙ୍କର ଶେଷ ଦର୍ଶନ କରିପାରିବେ । ଅପରାହ୍ଣ ୨ଟାରୁ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ଣ ୪ଟା ସୁଦ୍ଧା ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ୟ ସହିଦ ଯବାନଙ୍କର ମଧ୍ୟ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ସିଡିଏସଙ୍କୁ ବର୍ତ୍ତମାନ ଜୀବନ ରକ୍ଷକ ପ୍ରଣାଳୀ (ଭେଣ୍ଟିଲେଟର)ରେ ରଖାଯାଇଛି । ଏହି ଅବସରରେ ସୈନ୍ୟ ଅଧିକାରୀ, କର୍ମଚାରୀ, ଶୁଭେଚ୍ଛୁମାନେ ତାଙ୍କର ଅନ୍ତିମ ଦର୍ଶନ କରିପାରିବେ । ଗତକାଲି ସମସ୍ତ ମୃତକଙ୍କ ମରଶରୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲା । ଏହାପରେ ରାତି ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ତିନି ସେନା ମୁଖ୍ୟମାନେ ଉପସ୍ଥିତ ରହିଥିଲେ । ଗତ ୮ ତାରିଖ ଦିନ ତାମିଲନାଡ଼ୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫରେ ସିଡିଏସ, ତାଙ୍କ ଧର୍ମପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ ଜଣ ସେନାର ଷ୍ଟାଫଙ୍କ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.