fbpx
BJD SKY
BJD SKY

ସ୍ଥଳସେନା ମୁଖ୍ୟ ନରୱଣେ ହୋଇପାରନ୍ତି ଦେଶର ପରବର୍ତ୍ତୀ CDS

BJD

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁ ଦେଶର ଅପୂରଣୀୟ କ୍ଷତି ଘଟାଇଛି । ତେବେ ପ୍ରତିରକ୍ଷା ବିଭାଗ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କେନ୍ଦ୍ର ସରକାର ଖୁବଶୀଘ୍ର ଜଣେ ନୂଆ ସିଡିଏସଙ୍କୁ ନିଯୁକ୍ତି ଦେବାକୁ ବିଚାର କରୁଛନ୍ତି । ତେବେ ଏନେଇ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କ ନାମ ଆଗରେ ରହିଛି । ଆସନ୍ତା ପାଞ୍ଚ ମାସ ପରେ ନରୱଣେ ସେବା ନିବୃତ ହେଉଥିବାରୁ ତାଙ୍କୁ ଏହି ପଦବୀରେ ଅଧିସୀନ କରାଇବା ଠିକ୍ ହେବ ବୋଲି ବହୁ ପୂର୍ବତନ ସେନା କମାଣ୍ଡର ମତ ଦେଇଛନ୍ତି ।

ଜଣାପଡ଼ିଛି ଯେ, ସରକାର ସିଡିଏସ ନିଯୁକ୍ତି ନେଇ ଏକ ଛୋଟ ପ୍ୟାନଲେ ଗଠନ କରିବେ । ଉକ୍ତ ପ୍ୟାନେଲରେ ସ୍ଥଳସେନା, ନୌସେନା ଓ ବାୟୁସେନାର ବରିଷ୍ଠ କମାଣ୍ଡର ସାମିଲ ହେବେ । ଆସନ୍ତା ତିନି ଦିନ ମଧ୍ୟରେ ସେନାର ସୁପାରିସକୁ ଆଧାର କରି ଏନେଇ ନିଷ୍ପତ୍ତି ନିଆଯିବ । ତା’ପରେ ଏହାର ମଞ୍ଜୁରୀ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାଖକୁ ପଠାଯିବ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପରେ କ୍ୟାବିନେଟର ନିଯୁକ୍ତି ସମିତି ଏହା ଉପରେ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବ । ସିଡିଏସ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ହୋଇଥିବାରୁ ସରକାର ଏହାର ନିଯୁକ୍ତି ନେଇ ସମସ୍ତ ପ୍ରୋଟୋକଲ ପାଳନ କରିବେ । ଜେନେରାଲ ନରୱଣେଙ୍କ ପୂର୍ବ ଲଦ୍ଦାଖରେ ଅନେକ ଅଭିଜ୍ଞତା ରହିଥିବାରୁ ତାଙ୍କୁ ଏହି ପଦବୀ ମିଳିବା ଅଧିକ ସମ୍ଭାବନା ରହିଛି । ଆସନ୍ତା ବର୍ଷ ଏପ୍ରିଲରେ ସେ କାର୍ଯ୍ୟରୁ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏଥିସହ ତିନି ସେନାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ତାଙ୍କ ନାମ ପ୍ରଥମେ ଆସୁଛି ।

Get real time updates directly on you device, subscribe now.