fbpx
BJD SKY
BJD SKY

ଆସନ୍ତା ଜାନୁଆରୀ ୨୦ରୁ OAS ମେନ୍ ପରୀକ୍ଷା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସ ୨୦ ତାରିଖରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ମୁଖ୍ୟ ପରୀକ୍ଷା ଆରମ୍ଭ ହେବ । ଏହା ଜାନୁଆରୀ ୨୦ରୁ ଆରମ୍ଭ ହୋଇ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଜାନୁଆରୀ ୨୬ ଓ ଫେବୃଆରୀ ୫ ଦୁଇ ଦିନ ପରୀକ୍ଷା ହେବ ନାହିଁ । ମେନ୍ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜିତ ହେବ । ପ୍ରଥମ ସିଫ୍ଟ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରିଲିମିନାରୀ ପରୀକ୍ଷାର ଫଳାଫଳକୁ ଆଧାର କରି ମୋଟ ୪ ହଜାର ୭୫୪ ଜଣ ପ୍ରାର୍ଥୀଙ୍କୁ ମେନ୍ ପରୀକ୍ଷା ପାଇଁ ସିଲେକ୍ଟ କରାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ପିଡବ୍ଲ୍ୟୁଡି ପ୍ରାର୍ଥୀମାନଙ୍କୁ ପ୍ରତ୍ୟେକ ସିଫ୍ଟରେ ଅତିରିକ୍ତ ସମୟ ପ୍ରଦାନ କରାଯିବ । ସେମାନେ ୯ଟାରୁ ୧ଟା ଓ ୨ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ଲେଖାଏଁ ସମୟ ପାଇପାରିବେ । ତେବେ ପରୀକ୍ଷାର୍ଥୀଙ୍କ ପାଇଁ ‘Admission Certificate’ ଓ ‘Instruction to Candidates’ ଖୁବଶୀଘ୍ର କମିଶନଙ୍କ ୱେବସାଇଟରେ ଅପଲୋଡ୍ କରାଯିବ । ପରୀକ୍ଷା ସେଣ୍ଟର ବିଷୟରେ ଜାଣିବା ପାଇଁ ଓ ଲାଟେଷ୍ଟ ଅପଡେଟ୍ ପାଇବା ପାଇଁ ପ୍ରାର୍ଥୀମାନଙ୍କୁ ନିୟମିତ କମିସନଙ୍କ ୱେବସାଇଟ https://www.opsc.gov.in ଭିଜିଟ୍ କରିବାକୁ ଅନୁରୋଧ କରାଯାଉଛି । ଗତ ଅଗଷ୍ଟ ମାସ ୨୭ ତାରିଖରେ OAS ପ୍ରିଲିମିନାରୀ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.