fbpx
BJD SKY
BJD SKY

ପ୍ରତିଶୋଧ ନିଆଁରେ ଅପରାଧୀ ହୋଇଗଲେ ଏହି ଅଭିନେତ୍ରୀ, ସହ-କଳାକାରଙ୍କ କରିଲେ ଅଶ୍ଲୀଳ ଭିଡିଓ

BJD

ଇସଲାମାବାଦ: ପାକିସ୍ତାନର ଜଣେ ଅଭିନେତ୍ରୀଙ୍କ ଉପରେ ସହ-କଳାକାରଙ୍କ ଅଶ୍ଲୀଳ ଭିଡିଓ କରିଥିବା ଅଭିଯୋଗ ହୋଇଛି । ଅଭିନେତ୍ରୀ ଖୁସବୋଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୋଗ ଅନୁସାରେ, ଥିଏଟରରେ କିଛି ସାଥୀ କଳାକାରଙ୍କ ପୋଷାକ ବଦଳାଇବା ସମୟରେ ଭିଡିଓ କରିଥିଲେ ଖୁସବୋ । ପାକିସ୍ତାନ ଏଫଆଇଏର ସାଇବର କ୍ରାଇମ ୱିଙ୍ଗ ଅନୁସାରେ, ଅଭିଯୋଗ ଆଧାରରେ ଅଭିନେତ୍ରୀ ଖୁସବୋ ଓ ତାଙ୍କ ସହଯୋଗୀ କାଶିଫ୍ ଚାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଥିଏଟରର ପୋଷାକ ବଦଳାଇବା ରୁମରେ ଗୁପ୍ତ କ୍ୟାମେରା ଲଗାଇବା ଓ ଅନ୍ୟ ଅଭିନେତ୍ରୀଙ୍କୁ ବ୍ଲାକମେଲିଂ କରିବା ଓ ଅପମାନିତ କରିବା ଉଦ୍ଦେଶ୍ୟରେ ଅଭିନେତ୍ରୀ ଖୁସବୋ ଏଭଳି ଆପତ୍ତିଜନକ ଭିଡିଓ କରିଥିବା ଅଭିଯୋଗ ହୋଇଛି । ଏଫଆଇଆର ଜଣେ ଅଧିକାରୀ କହିଛନ୍ତି ଯେ, ନାଟକରେ କାମ କରୁଥିବା ଚାରିଜଣ ଅଭିନେତ୍ରୀଙ୍କ ନଗ୍ନ ଭିଡିଓ ରେକର୍ଡ କରିବାକୁ ଚାହୁଁଥିଲେ ଖୁସବୋ । ଏଥିପାଇଁ ସେ ଥିଏଟର କର୍ମଚାରୀ ଖାନଙ୍କୁ ପୋଷାକ ବଦଳାଇବା ରୁମରେ ଏକ ଗୁପ୍ତ କ୍ୟାମେରା ଲଗାଇବାକୁ ଏକ ଲକ୍ଷ ଟଙ୍କା ଦେଇଥିଲେ । ଏହା ପରେ ଖୁସବୋ ଅଭିନେତ୍ରୀମାନଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ ଓ ସେମାନଙ୍କର ଆପତ୍ତିଜନକ ଭିଡିଓଗୁଡ଼ିକୁ ଇଣ୍ଟରନେଟରେ ଅପଲୋଡ କରିଥିଲେ ।

ପୀଡିତ କଳାକାରଙ୍କ ଭିଡିଓ ଭାଇରାଲ ହେବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ସେ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) କୁ ଯାଇ ଅଭିନେତ୍ରୀ ଖୁସବୋଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ନାଟକର ନିର୍ମାତା ମଧ୍ୟ ଖୁସବୋଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ନିର୍ମାତା ମଲିକ ତାରିକ ମେହମୁଦ କହିଛନ୍ତି, ‘ସହ-କଳାକାରମାନଙ୍କ ସହ ଝଗଡ଼ା ପରେ ଖୁସବୋଙ୍କୁ ନାଟକରୁ ହଟାଇଦିଆଇଥିଲା । ଏହା ପରେ ସେମାନେ ଖୁସବୋଙ୍କ ଶତ୍ରୁ ହୋଇଥିଲେ । ଯାହାର ପ୍ରତିଶୋଧ ନେବାକୁ ଯାଇ ଖୁସବୋ ଏପରି କରିଥାଇ ପାରନ୍ତି ।’

Get real time updates directly on you device, subscribe now.