fbpx

ୟୁକ୍ରେନ୍ ସୀମାରେ ବଢୁଛି ଯୁଦ୍ଧ ସଙ୍କଟ: ୨୪ ଘଣ୍ଟାରେ ୧୦ ଗୁଣ ବଢିଛି ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଋଷର ଏକଚାଟିଆ ମନୋବୃତ୍ତି କାରଣରୁ ସମଗ୍ର ବିଶ୍ୱ ଆଉ ଏକ ବିଶ୍ୱଯୁଦ୍ଧ ଆଡକୁ ଅଗ୍ରସର ହେଉଛି । ୟୁକ୍ରେନ ସୀମାରେ ଋଷ ନିଜର ପତିଆରା ବୃଦ୍ଧି କରୁଥିବା ବେଳେ ସୀମାରେ ବୃଦ୍ଧି ପାଇଛି ଅସ୍ତ୍ରବିରତି ଉଲ୍ଲଂଘନ । ଗୋଟିଏ ପଟେ ଋଷର ସଂସଦ ବିଦେଶ ମାଟିରେ ଆକ୍ରମଣ ପାଇଁ ଏହାର ରାଷ୍ଟ୍ରପତିଙ୍କୁ ଅନୁମତି ଦେଇ ସାରିଛି । ଅନ୍ୟ ପଟରେ ଉଭୟ ଋଷ ଏବଂ ୟୁକ୍ରେନ ମଧ୍ୟରେ ବୃଦ୍ଧି ପାଇଛି ଅସ୍ତ୍ରବିରତି ଉଲ୍ଲଂଘନ । ସାଧାରଣତଃ ଉଭୟ ରାଷ୍ଟ୍ର ମଧ୍ୟରେ ଦୈନିକ ୩୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥାଏ । ମାତ୍ର ବିଗତ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ୧୦ ଗୁଣ ବଢିବା ସହିତ ଏହା ୩ ହଜାରରେ ପହଞ୍ଚିଛି ।

ୟୁକ୍ରେନର ପୂର୍ବୀୟ ପ୍ରାନ୍ତରେ ରହିଥିବା ଡୋନବାସ ସୀମାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ଦେଖିବାକୁ ମିଳିଛି । ଏହା ସହିତ ୟୁକ୍ରେନର ଦୁଇ ଆତଙ୍କୀ ସଙ୍ଗଠନ ଡୋନେଟ୍ସକ ଓ ଲୁଗାନ୍ସକକୁ ଋଷିଆ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା । ଆମେରିକା ପକ୍ଷରୁ ଋଷିଆ ସହିତ ଏହାର ସମସ୍ତ ଟ୍ରେଡ ଡିଲ ବାତିଲ କରାଯାଇଥିବା ବେଳେ ବ୍ୟାଙ୍କ ଗୁଡିକୁ ସସପେଣ୍ଡ କରିଛନ୍ତି ବୋରିସ୍ ଜନସନ୍ ।

Get real time updates directly on you device, subscribe now.