ଆଜି କମ୍ପିବ ବାରବାଟୀ, ସେଲିବ୍ରିଟିଙ୍କ ବ୍ୟାଟରୁ ହେବ ଛକା ଚୌକାର ବର୍ଷା

ଆଜିଠୁ ବାରବାଟୀରେ ସେଲି୍ବ୍ରିଟି କ୍ରିକେଟ୍ ଲିଗ୍ । ଆଜି ରହିଛି 2ଟି ମ୍ୟାଚ୍ ।

ଭୁବନେଶ୍ବର: ବାରବାଟୀରେ ଆଜି ସେଲିବ୍ରିଟି କ୍ରିକେଟ ମ୍ୟାଚ୍ । ଆଜିଠୁ ସେଲିବ୍ରିଟି କ୍ରିକେଟ ଲିଗ୍ ଆରମ୍ଭ ହେବାକୁ ଥିବା ବେଳେ କଟକ ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର ।

ଆଜି ଦୁଇଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ପ୍ରଥମ ମ୍ୟାଚ୍ ପଞ୍ଜାବ ଦା ସେର ଓ ଭୋଜପୁରୀ ଦବଙ୍ଗସ୍ ମଧ୍ୟରେ ଖେଳାଯିବ ।  ଅନ୍ୟଟି  ମୁମ୍ବାଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ । ଆଜି ବ୍ୟାଟରଙ୍କ ଚୌକା ଛକାରେ କମ୍ପିବ ବାରବାଟୀ ।

ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ ସହ ହେବ । ଏଥିରେ ଅର୍ଜୁନ କପୁର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାରମାନେ ଖେଳିବେ ।

ଅଭିନେତା ସୋନୁ ସୁଦ ପଞ୍ଜାବ ସେଲିବ୍ରିଟି ଟିମର ଅଧିନାୟକ ଅଛନ୍ତି  । ସେହିପରି ଅଭିନେତା ଓ ବିଜେପି ସାଂସଦ ମନୋଜ ତିୱାରୀ ଭୋଜପୁରୀ ଦବଙ୍ଗସର ଅଧିନାୟକ ଅଛନ୍ତି  । ରୀତେଶ ଦେଶମୁଖ ମୁମ୍ବାଇ ହିରୋଜ ଟିମର ଅଧିନାୟକ ଦାୟିତ୍ବ ନେଇଥିବା ବେଳେ ଯିଶୁ ସେନଗୁପ୍ତ ବେଙ୍ଗଲ ଟାଇଗସ୍ ଟିମର ଅଧିନାୟକ ଭାର ନେଇଛନ୍ତି ।

ଆଜି ମଇଦାନକୁ ଓହ୍ଲାଇବା ପୂର୍ବରୁ ଗତକାଲି ପ୍ରାଟିସ କରିଥିଲେ ଷ୍ଟାର ଖେଳାଳୀ । ତେବେ ସେଲିବ୍ରିଟି କ୍ରିକେଟକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିିଳୁଛି ।