fbpx

ସ୍କୁଲରେ ଶିଶୁ ଦେଖିବେ ସମଲିଙ୍ଗୀ ଫିଲ୍ମ ! ସେନ୍ସର ବୋର୍ଡ ଏବଂ ୟୁନିସେଫକୁ NCPCR ନୋଟିସ୍

AAKASH

ପଶ୍ଚିମବଙ୍ଗରେ ସ୍କୁଲରେ ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ ଉପରେ ବିବାଦ ବଢ଼ିଛି । ଏହି ମାମଲାରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ବୁଧବାର ଫିଲ୍ମ ସେନ୍ସର ବୋର୍ଡ ଏବଂ ୟୁନିସେଫ୍ ଠାରୁ ଜବାବ ମାଗିଛି । ପ୍ରକୃତରେ ପଶ୍ଚିମବଙ୍ଗରେ ସିବିଏଫସି ଏବଂ ୟୁନିସେଫର ସମଲିଙ୍ଗୀ ସମ୍ବନ୍ଧ ସହ ଜଡ଼ିତ କିଛି ସର୍ଟ ଫିଲ୍ମକୁ କିଛି ସ୍କୁଲରେ ଦେଖାଇବା ଯୋଜେନା କରିଛି । ଏହି ଖବର ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି ।

ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଏନସିପିସିଆର ଏହି ମାମଲାରେ ରାଜ୍ୟଠାରୁ ୧୦ ଦିନ ମଧ୍ୟରେ ଜବାବ ମାଗିଛି । ରାଷ୍ଟ୍ରୀୟ ଶିଶୁ ସଂରକ୍ଷଣ ଅଧିକାର ଆୟୋଗ ସିବିଏଫସିକୁ ପ୍ରଶ୍ନ କରିଛି ଯେ କେଉଁ ଆଧାରରେ ଏହି ଫିଲ୍ମକୁ ଦେଖାଯିବାକୁ ନିଷ୍ପତ୍ତି ହୋଇଛି । ଏନସିପିଆର ସେନ୍ସର ବୋର୍ଡ ଏବଂ ୟୁନିସେଫକୁ ପତ୍ର ଲେଖି ଏହାର ଜବାବ ମାଗିଛି । କେଉଁ ଆଧାରରେ ନାବାଳକ ପିଲାଙ୍କୁ ସମଲିଙ୍ଗୀ ଫିଲ୍ମ ଦେଖାଯିବ ନେଇ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.