fbpx

ନାଗରିକତ୍ୱ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ, ୪ା୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ନାଗରିକତ୍ୱ ସଂଶୋଧନ ବିଲକୁ ମଞ୍ଜୁରି ଦିଆଯାଇଛି । ଆଗାମୀ ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବ । ନାଗରିକତ୍ୱ ଆଇନ ୧୯୫୫ରେ ସଂଶୋଧନ ପାଇଁ ବିଲରେ ପ୍ରସ୍ତାବ ରଖାଯାଇଛି ।

ତେବେ ଏହି ବିଲ ସଂଶୋଧନ ପରେ ପଡ଼ୋଶୀ ଦେଶର ଲୋକଙ୍କୁ ଭାରତର ନାଗରିକତ୍ୱ ମିଳିବ । ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ନାଗରିକଙ୍କୁ ଏହି ସୁବିଧା ମିଳିବ ବୋଲି ଜଣାପଡ଼ିଛି । ଏହାସହ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନମାନଙ୍କୁ ନାଗରିକତ୍ୱ ମିଳିବ ।

Get real time updates directly on you device, subscribe now.