fbpx

ଫ୍ରି ୱାଇ-ଫାଇ ଯୋଜନାର ଘୋଷଣା କଲେ କେଜରିୱାଲ, ପ୍ରତି ମାସରେ ମିଳିବ ୧୫ ଜିବି ଡାଟା ମାଗଣା

ନୂଆଦିଲ୍ଲୀ,୪ ।୧୨: ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବଡ ଘୋଷଣା କରିଛନ୍ତି । ଆଜି ଫ୍ରି ୱାଇ-ଫାଇର ଘୋଷଣା କରିଛନ୍ତି କେଜରିୱାଲ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ବସ୍ ଷ୍ଟାଣ୍ଟରେ ୩୦୦୦ ୱାଇ ଫାଇର ହଟସ୍ପଟ ଲାଗିବ । ସମଗ୍ର ଦିଲ୍ଲୀରେ ୧୧୦୦୦ ହଟସ୍ପଟ ଲଗାଯିବ । ପ୍ରତି ଗ୍ରାହକଙ୍କୁ ମାସିକ ୧୫ ଜିବି ଡାଟା ମାଗଣାରେ ମିଳିବ । ଏହାର ଶୁଭାରମ୍ଭ ୧୬ ଡିସେମ୍ବରରୁ ହୋଇପାରେ ବୋଲି ସୂଚନା ମିଳିଛି ।

ଫ୍ରି ୱାଇ ଫାଇକୁ ନେଇ କ୍ୟାବିନେଟ୍ ମଞ୍ଜୁରୀ ସମେତ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ୪୦୦୦ ବସ୍ ଷ୍ଟପ୍ ଓ ବିଧାନସଭାରେ ୧୦୦ ହଟସ୍ପଟ ଲଗାଇବା ପାଇଁ ୮ ଅଗଷ୍ଟକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା । ହଟସ୍ପଟର ୫୦ ମିଟର ଦୂରତା ମଧ୍ୟରେ ଯେତେ ଲୋକ ଥିବେ ଏହି ୱାଇ ଫାଇର ଲାଭ ଉଠାଇ ପାରିବେ । ଏଥିପାଇଁ କେଜରିୱାଲ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

Get real time updates directly on you device, subscribe now.