fbpx

କରୋନା ସଂକ୍ରମଣ ନେଇ ଏହି ରାଜ୍ୟମାନଙ୍କୁ କେନ୍ଦ୍ରର ଆଲର୍ଟ, ୫ ସୂତ୍ରୀ ଆକ୍ସନ ପ୍ଲାନ ପାଳନ କରିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଉ ଏମିତିରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅଧିକ ସର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ସରକାରଙ୍କ ତରଫରୁ ମଙ୍ଗଳବାର ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଏବଂ ମିଜୋରାମକୁ ସତର୍କ କରାଯାଇଛି । ସରକାର କହିଛନ୍ତି ଯେ ଏହି ରାଜ୍ୟରେ ଯେଉଁଠାରେ ସଂକ୍ରମଣ ହେଉଛି ସେଠାରେ କଡ଼ା ନଜର ରଖନ୍ତୁ ଏବଂ ଅଧିକ ଚିନ୍ତାଜନକ ଅଞ୍ଚଳରେ ଆବଶ୍ୟକ ପଡ଼ିଲେ ଉଚିତ୍ ପଦକ୍ଷେପ ନିଅନ୍ତୁ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଦିଲ୍ଲୀ ଏବଂ ଚାରି ରାଜ୍ୟକୁ ଯାଞ୍ଚ, ଚିହ୍ନଟ, ଚିକିତ୍ସା, ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ପାଳନ କରିବାର ପାଞ୍ଚ ସୂତ୍ରୀ ଫର୍ମୂଲା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ଚିଠିରେ କୌଣସି ପ୍ରକାର ଅବହେଳା ନକରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ୨୦୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୨୪ ଘଣ୍ଟାରେ ୪୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.