fbpx

କେନ୍ଦ୍ରର ଅନଲାଇନ ପାଠପଢ଼ା କଟକଣା

ନୂଆଦିଲ୍ଲୀ, ୧୪ା୭: ଦେଶ ଓ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କର ପାଠ ପଢ଼ାରେ କିପରି ବାଧା ସୃଷ୍ଠି ନହେବ ସେନେଇ ଅନଲାଇନ ପାଠପଢ଼ାର ବ୍ୟବସ୍ଥା ହୋଇଛି । ଆଉ ଆଜି ସେହି ଅନଲାଇନ ପାଠପଢ଼ା ଉପରେ କେନ୍ଦ୍ର କିଛିଟା କଟକଣା ଜାରି କରିଛି । ଛୋଟପିଲାଙ୍କୁ ଦିନକୁ ୩୦ମିନିଟରୁ ଅଧିକ ସମୟ ପଢ଼ାଯାଇ ପାରିବ ନାହିଁ । ଏହାସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମଧ୍ୟ ଅନଲାଇନ ଶିକ୍ଷାଦାନ ସମୟ ଧାର୍ଯ୍ୟ କରାଯାଇଛି । ସେମାନଙ୍କୁ ସର୍ବାଧିକ ୪୫ମିନିଟ ବିଶିଷ୍ଟ ୨ଟି ଅଧିବେଶନରେ ପାଠ ପଢ଼ାଯାଇ ପାରିବ । ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସର୍ବାଧିକ ୧୮୦ ମିନିଟ ପଢ଼ାଯାଇ ପାରିବ । ୪୫ମିନିଟ ବିଶିଷ୍ଟ ୪ଟି ଅଧିବେଶନରେ ନବମରୁ ଦ୍ୱାଦଶ ଯାଏ ପାଠ ପଢ଼ାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.