fbpx
BJD SKY
BJD SKY

Hyderabad State Liberation: ଆସନ୍ତା ୧୭ରେ ବର୍ଷ ବ୍ୟାପୀ ଉତ୍ସବ ପାଳନର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର

BJD

ନୂଆଦିଲ୍ଲୀ: ହାଇଦ୍ରାବାଦ ମୁକ୍ତ ରାଜ୍ୟର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଏକ ଉତ୍ସବ ପାଳନ କରିବାକୁ ଯାଉଛନ୍ତି । ଏଥିପାଇଁ ଆସନ୍ତା ୧୭ ତାରିଖରେ ଏକ ଇଭେଣ୍ଟର ଆୟୋଜନ କରାଯାଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିସହିତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରେଡ୍ଡୀ ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରିଛନ୍ତି । ସେ ଚିଠିରେ ଲେଖିଛନ୍ତି, ହାଇଦ୍ରାବାଦ ମୁକ୍ତ ରାଜ୍ୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ଏହି ଉତ୍ସବର ଆୟୋଜନ କରିବାକୁ ଯାଉଛି । ଏହି ବର୍ଷବ୍ୟାପୀ ସ୍ମୃତିଚାରଣ ଉତ୍ସବ ଆସନ୍ତା ୧୭ ତାରିଖଠାରୁ ଆସନ୍ତା ୨୦୨୩ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଆୟୋଜିତ ହେବ ।

୭୫ ବର୍ଷ ପୂର୍ତ୍ତି ପାଳନ କରିବା ଦ୍ୱାରା ଏହା ହାଇଦ୍ରାବାଦର ଇତିହାସକୁ ଆଲୋକିତ କରିବ । ପ୍ରତିରୋଧ, ବୀରତ୍ୱ ଓ ବଳିଦାନ ବିଷୟରେ ବର୍ତ୍ତମାନର ପୀଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ସ୍ମୃତି ଦିବସର ଉଦଘାଟନୀ ଦିବସରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦକୁ ପୂର୍ବରୁ ନିଜାମ ଶାସନ କରୁଥିଲେ । ୧୯୪୮ ମସିହା ସେପ୍ଟେମ୍ବର ୧୭ ତାରିଖରେ ଏହା ସାମରିକ ଅପରେସନ ମାଧ୍ୟମରେ ସ୍ୱାଧୀନ ଭାରତର ଗଣତନ୍ତ୍ରରେ ସାମିଲ ହୋଇଥିଲା ।

Get real time updates directly on you device, subscribe now.