fbpx

ଅଫଗାନ୍ ସଙ୍କଟ ଉପରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବ କେନ୍ଦ୍ର ସରକାର, ମୋଦୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନି ମାନେ କବଜା କରିବା ପରେ ସେଠାକାର ପରିସ୍ଥିତି ଉପରେ ଭାରତ ସରକାର ତୀଖ୍ନ ନଜର ରଖିଛନ୍ତି । ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ସଙ୍କଟ ଦିଗରେ ଗ୍ରହଣ କରାଯାଉଥିବା ସବୁ ପ୍ରକାର ଆଭିମୁଖ୍ୟ ସମ୍ପର୍କରେ ବିଦେଶ ମନ୍ତ୍ରାଳୟକୁ ଜଣାଇବାକୁ ସମସ୍ତ ନେତା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ପର୍ଯ୍ୟନ୍ତ ନିଆଯାଇଥିବା ସବୁ ପ୍ରକାରର ପଦକ୍ଷେପ ତଥା ଆଗକୁ ନିଆଯିବାକୁ ଥିବା ପ୍ରତ୍ୟେକଟି ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦିଆଯିବ ।

ଏନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟୁଇଟ୍ କରି ସୂଚନା ଦେଇଛନ୍ତି । ନିଜ ଟୁଇଟ୍ ରେ ସେ ଏହା ବି କହିଛନ୍ତି ଯେ, ଖଚବ୍ ଶୀଘ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ୍ ଏହି ସମ୍ପର୍କରେ ଆଗାମୀ ସୂଚନା ପ୍ରଦାନ କରିବେ ।

୨୦ ବର୍ଷରେ ପୁଣି ଥରେ ଆଫଗାନିସ୍ତାନ ଉପରେ ନିଜର ଶାସନ ଚଳାଇଛି ତାଲିବାନ । ତେଣୁ ଲଗାତର ଭାବରେ ଆଫଗାନିସ୍ତାନରୁ ତାଲିବାନିଙ୍କ ଅତ୍ୟାଚାରର ଖବର ଶୁଣିବାକୁ ମିଳୁଛି । ତେବେ ଆଫଗାନିସ୍ତାନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାପାଇଁ ଭାରତ ପ୍ରକ୍ରିିୟା ଜାରି ରଖିଛି ।

Get real time updates directly on you device, subscribe now.