fbpx

ସାବତ ଭଉଣୀକୁ ବିବାହ କଲେ Moto gp racer, ୧୧ ବର୍ଷ ଧରି ରଖିଥିଲେ ସମ୍ପର୍କ

ନୂଆଦିଲ୍ଲୀ: ସାବତ ଭଉଣୀକୁ ବିବାହ କରିଛନ୍ତି ଜଣେ ମୋଟୋ ଗ୍ରେଡପିକ୍ସ ରାଇଡର୍ । ୧୧ ବର୍ଷ ଧରି ଦୁହେଁ ରିଲେସନ୍ ରେ ରହିବା ପରେ ଏବେ ସେମାନେ ଏନେଇ ଖୁଲାସା କରିଛନ୍ତି । ଏହାସହ ସହିତ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହେବାକୁ ଯାଉଛି । ଅର୍ଥାତ୍ ସାବତ ଭଉଣୀ ଗର୍ଭବତୀ ହେବାପରେ ଦୁହେଁ ବିବାହ କରିଛନ୍ତି । ତେବେ ବିବାହ କରିଥିଲେ ରାଇଡର୍ ଜଣକ ହେଉଛନ୍ତି ଜଣେ ପତ୍ତୁର୍ଗାଲ ମୋଟରସାଇକେଲ୍ ରେସର୍ ମିଗୁଏଲ୍ ଓଲିଭେରା । ସେ ନିଜର ସାବତ ଭଉଣୀ ଆଣ୍ଡ୍ରିୟା ପିମେଣ୍ଟାଙ୍କ ସହ ବିବାହ କରିଛନ୍ତି । ଏବେ ସେମାନଙ୍କ ବିବାହ ଚର୍ଚ୍ଚାରେ ରହିଛି ।

ଆଣ୍ଡ୍ରିୟା ଓ ମିଗୁଏଲ୍, ଦୁହେଁ ଦୁହିଁଙ୍କୁ ୧୩ ବର୍ଷ ବୟସରୁ ସମ୍ପର୍କରେ ରହିଛନ୍ତି । ହେଲେ ସେମାନେ ୧୧ ବର୍ଷ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଲୁଚେଇ ଆସିଥିଲେ । ଏହାପରେ ୨୦୧୯ ରେ ସେମାନେ ସେମାନଙ୍କ ରିଲେସନ୍ ବିଷୟରେ ସ୍ୱୀକାର କରିଥିଲେ । ଡେଲି ମେଲ୍ ର ଏକ ରିପୋର୍ଟ ଅନୁସାରେ, ୨୪ ବର୍ଷର ଆଣ୍ଡ୍ରିୟା ପିମେଣ୍ଟା ହେଉଛନ୍ତି ମିଗୁଏଲ୍ ଓଲିଭେରାଙ୍କ ବାପାଙ୍କ ଦ୍ୱିତୀୟ ପତ୍ନୀ କ୍ରିଷ୍ଟିନାଙ୍କ ଝିଅ । ୧୩ ବର୍ଷର ରିଲେସନ୍ ପରେ ସେମାନେ ବିବାହ କଥାକୁ ନେଇ ଖୁଲାସା କରିଛନ୍ତି ।

ମିଗୁଏଲ୍ ଓଲିଭେରା ଇନଷ୍ଟାଗ୍ରାମରେ ଫଟୋ ସେୟାର୍ କରି ବିବାହ ସମ୍ପର୍କରେ କହିଛନ୍ତି । ଏଥିସହିତ ସେ ନିଜର ପ୍ରଥମ ସନ୍ତାନ ହେବାକୁ ଯାଉଥିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ଏନେଇ ମଧ୍ୟ ସେ ଏକ ଅଲଟ୍ରାସାଉଣ୍ଡ ଫଟୋ ସେୟାର କରିଛନ୍ତି । ତେବେ ମିଗୁଏଲ୍ ଓଲିଭେରା ହେଉଛନ୍ତି ଜଣେ ପେଶାଦାର୍ ମୋଟରସାଇକେଲ୍ ରେସର୍ । ୨୦୧୫ ଇଟାଲିୟନ୍ ମୋଟରସାଇକେଲ୍ ଗ୍ରେଡ୍ ପିକ୍ସ ଜିତିଥିବା ପ୍ରଥମ ପତ୍ତୁର୍ଗାଲ ରାଇଡର୍ ।

Get real time updates directly on you device, subscribe now.