fbpx
BSKY
BJD YOUTH SKY
BJD MS SKY

ସାବଧାନ୍! ଶସ୍ତା ପର୍ସନାଲ ଲୋନ୍ ନେଲେ ହୋଇଯିବେ ବରବାଦ୍, ଯେପରିକି…

ନୁଆଦିଲ୍ଲୀ: ଠକେଇ କରୁଥିବା ବ୍ୟକ୍ତି ସବୁଦିନ କିଛି ନୂଆ ନୂଆ ଟେକନିକ୍ ଖୋଜୁଛନ୍ତି । କରୋନା କାଳରେ ଲୋକଙ୍କ ପାଖରେ କାମ ନଥିବାରୁ ଏନେ ପର୍ସନାଲ ଲୋନ୍ ଆଳରେ ଲୁଟିବାରେ ଲାଗିଛନ୍ତି । ଲୋକମାନେ ବଡ଼ ବଡ଼ କମ୍ପାନୀର ନାଁ କହୁଛନ୍ତି, ଯାହା ଫଳରେ ଲୋକାମାନେ ସହଜରେ ଫସିଯିବେ । ନିକଟରେ ଏପରି ଏକ ମାମଲା ହରିୟାଣାରୁ ସାମ୍ନାକୁ ଆସିଛି ।

ତେବେ ଏପରି ଠକେଇର ଶିକାର ହୁଅନ୍ତି ସାଧାରଣ ଲୋକେ । ସେହିପରି ହରିୟାଣାରେ ରହୁଥିବା ଦୀପକ ଏହି ଠକେଇ ଶିକାର ହୋଇଥିଲେ । ଦୀପକଙ୍କର ଏକ ତେଜରାତି ଦୋକାନ ଥିବା ବେଳେ ସେ କିଛି ଦୋକାନକୁ ବି ଖାଦ୍ୟ ସାମଗ୍ରୀ ବିକ୍ରି କରନ୍ତି । କରୋନା କାଳରେ ଦୋକାନରୁ ଆୟ କମ୍ ହୋଇଥିବାରୁ ସେ ଲୋନ୍ ନେବାକୁ ଚିନ୍ତା କଲେ, କିନ୍ତୁ ଏହା ତାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଲା ।

ଦୀପକ ଗୁଗୁଲରେ ଲୋନ୍ ନେବାକୁ ସର୍ଚ୍ଚ କରିଥିଲେ । ପ୍ରଥମେ ଲିଙ୍କ ଖୋଲି ସେ ଫର୍ମରେ ନାଁ, ସ୍ଥାନ ଓ ମୋବାଇଲ ନମ୍ବର ଦେଇ ସବମିଟ୍ କରିଥିଲେ । ଏହାର କିଛି ସମୟ ପରେ ଦୀପକଙ୍କୁ ଫୋନ୍ ଆସିଥିଲା ଓ ସାମ୍ନାକୁରେ ଥିବା ବ୍ୟକ୍ତି ନିଜର ବଜାଜ୍ ଫାଇନାନ୍ସର ଜଣେ କର୍ମଚାରୀ ଭାବେ ପରିଚୟ ଦେଇଥିଲେ । କର୍ମଚାର ଜଣକ ଦୀପକଙ୍କ ସହ ଭଲରେ କଥା ହୋଇଥିଲେ ଓ କମ୍ପାନୀ ଏଥର ଅଫର ଦେଉଛି ବୋଲି କହିଥିଲେ । ଅନେକ ଲୋଭ ଦେଖାଇବା ପରେ ଦୀପକ ଶେଷ ଠକେଇର ଶିକାର ହୋଇଗଲେ ଓ ୨ ଲକ୍ଷର ପର୍ସନାଲ ଲୋନ୍ ନେବାକୁ କହିଥିଲେ ।

ଏହାକୁ ଶୁଣି ପ୍ରଲୋଭନ ଦେଖାଇଥିବା ଠକ ଦୀପକଙ୍କୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ପ୍ୟାନ୍ କାର୍ଡ ଇତ୍ୟାଦି ମାଗିଥିଲା । ସବୁ ଡକ୍ୟୁମେଣ୍ଟ ଦେବା ପରେ ପ୍ରୋସେସିଙ୍ଗ ଫିସ୍ ପାଇଁ ୪,୫୦୦ ଟଙ୍କା ମାଗିଥିଲା କର୍ମଚାରୀ । ଦୀପକ ନିଜ ସାଙ୍ଗଠାରୁ ଟଙ୍କା ଆଣି ତାଙ୍କ ବ୍ୟାଙ୍କରେ ଡିପୋଜିଟ୍ କରିବା ପରେ ଆଉ କର୍ମଚାରୀର ଫୋନ୍ ଲାଗିନଥିଲା ।

Get real time updates directly on you device, subscribe now.