fbpx

ଆପଣଙ୍କ ପାଖରେ ଚିରାଫଟା ନୋଟ୍ ରହିଛି କି? ଏକ୍ସଚେଞ୍ଜ କରିବା ପାଇଁ ପାଳନ କରନ୍ତୁ ଏହି ସବୁ ନିୟମ

AAKASH

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଚିରାଫଟା ନୋଟ୍ ରହିଛି ତେବେ ଆପଣଙ୍କୁ ଆଉ ଚିନ୍ତା କରିବା ଦରକାର ନାହିଁ । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆପଣ ପାଖରେ ଯଦି ଚିରା ଫଟା ନୋଟ୍ ରହିଛି ତେବେ ଆପଣ ଆରବିଆଇ ଜାରି କରିଥିବା ଗାଇଡଲାଇନ୍ ଅନୁସାରେ ବଦଳାନ୍ତୁ ।

ଅନେକ ସମୟରେ ଚିରାଫଟା ନୋଟ୍ ବଦଳାଇବାକୁ ବ୍ୟାଙ୍କକୁ ଗଲେ ସେଠାରେ ରହିଥିବା କର୍ମଚାରୀ ମାନେ ଏହାକୁ ନେବାପାଇଁ ସଫା ସଫା ମନା କରିଦେଇଥାନ୍ତି । ତେଣୁ ଏ ଦିଗରେ ଆରବିଆଇ ର ସ୍ୱତନ୍ତ୍ର ନିୟମ ରହିଛି । ଆରବିଆଇ ଅନୁଯାୟୀ, ମ୍ୟୁଟିଲେଟେଡ୍ ନୋଟ୍ ହେଉଛି ଏକ ନୋଟ୍ ଯେଉଁଥିରେ କିଛି ଅଂଶ ଚିରି ଯାଇଥାଏ କିମ୍ବା ଦୁଇଟି ଖଣ୍ଡରେ ଫାଟି ଯାଇଥାଏ । ତେବେ ଏହାକୁ ଯେକୌଣସି ବ୍ୟାଙ୍କ ଶାଖାରେ ଦିଆଯାଇପାରିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ନୋଟ୍ ଫେରସ୍ତ) ନିୟମ, ୨୦୦୯ ଅନୁଯାୟୀ ପ୍ରଦାନ କରାଯାଇଥିବା ଅଦଳବଦଳ ନୋଟ୍ ଗ୍ରହଣ କରାଯିବ ଓ ଏକ୍ସଚେଞ୍ଜ ମଧ୍ୟ କରାଯିବ ।

ଆରବିଆଇ ନିର୍ଦ୍ଦେଶ ଦେଇଛି ଯେ, ଦେଶର ସମସ୍ତ ଅଞ୍ଚଳରେ ଥିବା ବ୍ୟାଙ୍କଗୁଡିକର ସମସ୍ତ ଶାଖା ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ବାଧ୍ୟତା । ଯାହାଦ୍ୱାରା ନୋଟ୍ ବଦଳାଇବା ପାଇଁ ଆଉ ଆରବିଆଇ ଶାଖାକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ । ତେଣୁ ଯଦିୁ ଆପଣଙ୍କ ପାଖରେ ଚିରାଫଟା ନୋଟ୍ ରହିଛି ଆପଣ ନିକଟ ବ୍ୟାଙ୍କ୍ ଶାଖାରେ ନେଇ ଏକ୍ସଚେଞ୍ଜ କରିପାରିବେ । ନୁତନ କ୍ୱାଲିଟିର ନୋଟ୍ ଏବଂ କଏନ୍ ଆଣିପାରିବେ । ଏନେଇ ଆପଣ ମାନେ ନିଜର ଅଧିକାର ରଖିପାରିବେ ।

ଖାଲି ସେତିକି ନୂହେଁ ଯେଉଁ ନୋଟ୍ ଟୁକୁଡ଼ା ଫାଟି ଯାଇଛି । ଯେଉଁଥିରେ ଜରୁରୀ ଅଂଶ ଗାୟବ୍ ହୋଇଯାଇଛି ସେଗୁଡ଼ିକ ମଧ୍ୟ ପ୍ରଦାନ କରାଯିବ । ଯେମିତି କି ନୋଟ୍ ରେ ରହୁଥିବା ଅଥରିଟି, ଗ୍ୟାରେଣ୍ଟି, ଦସ୍ତଖତ, ଅଶୋକ ଚକ୍ର କିମ୍ବା ମହାତ୍ମା ଗାନ୍ଧିଙ୍କ ଚିତ୍ର, ୱାଟର୍ ମାର୍କ ଭଳି ଜରୁରୀ ଅଂଶ । ତେବେ, ଏହି ନୋଟଗୁଡିକର ଫେରସ୍ତ ମୂଲ୍ୟ ଆରବିଆଇ ନୋଟ୍ ଫେରସ୍ତ ନିୟମ ଅନୁଯାୟୀ ପ୍ରଦାନ କରାଯିବ । ଏଗୁଡ଼ିକର ଏକ୍ସଚେଞ୍ଜ ଯେକୌଣସି ସରକାରୀ ବ୍ୟାଙ୍କ୍ ଓ ଘରୋଇ ବ୍ୟାଙ୍କ୍ ରେ ହୋଇପାରିବ ।

Get real time updates directly on you device, subscribe now.