fbpx

କ୍ୟାବିନେଟ୍ ମଞ୍ଜୁରୀ, ୧ ବର୍ଷ ୩୦% କମ୍ ଦରମା ନେବେ ସାଂସଦ

ନୂଅଦିଲ୍ଲୀ, ୬ା୪: କରୋନା ମୁକାବିଲା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଏଦିଗରେ କେନ୍ଦ୍ର କ୍ୟାବିନେଟ୍ରେ ସୋମବାର ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସାଂସଦଙ୍କ ବେତନ ୩୦ ପ୍ରତିଶତ କମ୍ କରିବାକୁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି । ଅର୍ଥାତ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନଙ୍କୁ ୧ ବର୍ଷ ପାଇଁ କମ୍ ବେତନ ପ୍ରଦାନ କରାଯିବ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳମାନେ ମଧ୍ୟ କମ୍ ଦରମା ନେବେ । କରୋନା ମୁକାବିଲାକୁ ସଫଳ କରିବାକୁ ମନ୍ତ୍ରୀ ଓ ସାଂସଦମାନେ ମଧ୍ୟ କମ୍ ଦରମା ନେବାକୁ ସ୍ୱେଚ୍ଛାକୃତଭାବେ ରାଜି ହୋଇଛନ୍ତି । ଏସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ପ୍ରକାଶ ଜାବଡେକର ସୋମବାର ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାରମାନେ ଏ ଦିଗରେ ସ୍ୱାଧିନଭାବେ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.