fbpx

ଗହମ ଓ ଚାଉଳକୁ ନେଇ ସରକାର ନେଲେ ବଡ଼ ନିଷ୍ପତ୍ତି ! ମାଗଣା ରାସନକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ଗହମର ବଢ଼ୁଥିବା ମୂଲ୍ୟକୁ ନେଇ ସରକାର ବଡ଼ ଯୋଜନା କରୁଛନ୍ତି । ବୁଧବାର ଦିନ ସରକାର କହିଛନ୍ତି ଯେ, ଗହମର ମୂଲ୍ୟ ଉପରେ ନଜର ରହିଛି ଓ ସେଥିରେ ଆହୁରି ବୃଦ୍ଧି ଘଟିବ, କିନ୍ତୁ ସେଥିରେ ବ୍ରେକ୍ ଲଗାଇବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । କେନ୍ଦ୍ର ଖାଦ୍ୟ ସଚିବ ଏହି ସୂଚନା ଦେଇଛନ୍ତି ।

ଗୋଟିଏ ପଟେ ଗହମର ମୂଲ୍ୟରେ ବଢ଼ିବାରେ ଲାଗିଥିବା ବେଳେ ଚାଉଳର ମୂଲ୍ୟ ସ୍ଥିର ରହିଛି । ଏଥି ସହିତ ଚାଉଳ ମୂଲ୍ୟରେ ସ୍ଥିରତା ରହିଛି । ମେ ମାସରେ ଗହମ ଦର ଉପରେ ପ୍ରତିବନ୍ଧକ ପରେ ଖୁଚୁରା ମୂଲ୍ୟରେ ପ୍ରାୟ ୭ ପ୍ରତିଶତ ବୃଦ୍ଧି ଘଟିଛି । ଏହା ବ୍ୟତୀତ ଏମଏସପି ମୂଲ୍ୟରେ ପ୍ରାୟ ୪ ରୁ ୫ ପ୍ରତିଶତ ବୃଦ୍ଧି ଘଟିଛି । ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ।

ଏହା ବ୍ୟତୀତ ଖାଇବା ତେଲର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି । ଯଦି ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ହ୍ରାସ ହୁଏ, ତେବେ ଘରୋଇ ବଜାରରେ ମଧ୍ୟ ତୈଳ ମୂଲ୍ୟ ଆହୁରି ହ୍ରାସ ହେବାର ସମ୍ଭାବନା ରହିଛି ବୋଲି ସମ୍ଭାବନା ରହିଛି ।

Get real time updates directly on you device, subscribe now.