fbpx
BSKY
BJD MS SKY
BJD YOUTH SKY

ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ ଆସିପାରେ ୨ ଲକ୍ଷ ଟଙ୍କା, Pending DA Areear ପ୍ରଦାନ କରିବେ ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଡିଏ ଏରିଅରକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଦୀର୍ଘ ସମୟ ଧରି କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ଏରିଅରର ଅପେକ୍ଷାରେ ରହିଥିଲେ । ତେବେ କେନ୍ଦ୍ର ସରକାର କର୍ମଚାରୀଙ୍କର ଡିଏକୁ ୱାନ ଟାଇମ୍ ସେଟଲମେଣ୍ଟ କରିବା ସହ ସେମାନଙ୍କର ଆକାଉଣ୍ଟକୁ ୧୮ ମାସର ଏରିଅର ଟ୍ରାନ୍ସଫର କରିପାରନ୍ତି । ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆସିନଥିବା ବେଳେ ଏହା ଉପରେ ବିଚାର ବିମର୍ଶ ଚାଲିଥିବା ଜଣାପଡ଼ିଛି ।

ଏ ବାବଦରେ ନ୍ୟାସନାଲ କାଉନସିଲ ଅଫ୍ ଜେସିଏମର ସଚିବ କହିଛନ୍ତି ଯେ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ, ଆର୍ଥିକ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହେବ । ଉକ୍ତ ମିଟିଂରେ କର୍ମଚାରୀଙ୍କ ଡିଏ ଏରିଅର ଉପରେ ଆଲୋଚନା କରାଯିବ । ବର୍ତ୍ତମାନ ନିର୍ବାଚନ ଜାରି ରହିଥିବାରୁ ସରକାର ଏହି ସମୟରେ ଡିଏ ଏରିଅରକୁ ନେଇ ବଡ଼ଧରଣର ଅପଡେଟ୍ ଦେବାର ସମ୍ଭାବନା ରହିଛି ।

ତେବେ ଯଦି ୧୮ ମାସର ପେଣ୍ଡିଂ ଡିଏକୁ ପେମେଣ୍ଟ କରାଯାଏ, ତେବେ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ ୨ ଲକ୍ଷରୁ ଅଧିକ ଟଙ୍କା ଆସିପାରେ । ଲେବଲ-୧ କର୍ମଚାରୀଙ୍କ ଡିଏ ୧୧,୮୮୦ରୁ ୩୭,୦୦୦ ପର୍ଯ୍ୟନ୍ତ, ଲେବଲ-୧୩ କର୍ମଚାରୀଙ୍କ ଡିଏ ୧,୪୪,୨୦୦ରୁ ୨,୧୮,୨୦୦୦ ପର୍ଯ୍ୟନ୍ତ ମିଳିବ ।

Get real time updates directly on you device, subscribe now.