fbpx
BSKY SKY
BSKY SKY

ୟୁକ୍ରେନରୁ ଭାରତକୁ ଫେରିବା ପାଇଁ ମନ୍ତ୍ରାଳୟ ଆରମ୍ଭ କଲେ ସ୍ୱତନ୍ତ୍ର ଟୁଇଟର୍ ହ୍ୟାଣ୍ଡେଲ୍, ହେଲପଲାଇନ୍ ନମ୍ବର ବି କଲେ ଜାରୀ

BSKY

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଚେଷ୍ଟା କରାଯାଉଛି । ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଓପିଗଙ୍ଗା ହେଲ୍ପଲାଇନ ଲଞ୍ଚ କରିଛି। ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବା ପାଇଁ ଅପରେସନ୍ ଗଙ୍ଗା ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।

ଭାରତ ଆଗରୁ ହିଁ ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଓ ସ୍ଲେଭାକିୟାରେ ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷ ସ୍ଥାପିତ କରିସାରିଥିଲା । ଯାହା ଫଳରେ ଉକ୍ତ ଦେଶକୁ ଲାଗିଥିବା ୟୁକ୍ରେନ ସୀମାରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇପାରିବ । ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଆରମ୍ଭ କରାଯାଇଥିବା ଅଭିଯାନକୁ ଅପରେସନ୍ ଗଙ୍ଗା ନାମ ଦିଆଯାଇଛି ।

ରୋମାନିଆ ନିୟନ୍ତ୍ରଣ କକ୍ଷ ହେଲପ୍ ଲାଇନ୍ ନମ୍ବର ହେଲା- +୪୦୭୩୨୧୨୪୩୦୯, +୪୦୭୭୧୬୩୨୫୬୭, +୪୦୭୪୫୧୬୧୬୩୧ ଓ +୪୦୭୪୧୫୨୮୧୨୩ । ସେହିପରି ହଙ୍ଗେରୀ ନିୟନ୍ତ୍ରଣ କକ୍ଷ ସହିତ ସମ୍ପର୍କ କରିବାକୁ ଚାହିଁଲେ ଯୋଗାଯୋଗ କରନ୍ତୁ +୩୬ ୩୦୮୫୧୭୩୭୩, +୩୬ ୧୩୨୫୭୭୪୨ ଓ +୩୬ ୧୩୨୫୭୭୪୩ । ଏଥିରେ ସହାୟତା ପାଇଁ ଏକ ହ୍ୱାଟସଆପ୍ ନମ୍ବର ବି ରହିଛି ତାହା ହେଉଛି: +୩୬ ୩୦୮୫୧୭୩୭୩ । ସ୍ଲୋଭାକିୟା ନିୟନ୍ତ୍ରଣ କକ୍ଷର ନମ୍ବର ହେଲା: +୪୨୧ ୨୫୨୬୩୧୩୭୭, +୪୨୧ ୨୫୨୯୬୨୯୧୬ ଓ +୪୨୧ ୯୫୧୬୯୭୫୬୦ ।

Get real time updates directly on you device, subscribe now.