fbpx
BSKY SKY
BSKY SKY

ସାବଧାନ୍! ସରିନି କରୋନା ବିପଦ, ଆସୁଛି ଚତୁର୍ଥ ଲହର: ଜାଣନ୍ତୁ କେବେଠୁ ଆରମ୍ଭ

BSKY

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଲାଗୁଛି କି କରୋନା ଭାଇରସ ଶେଷ ହୋଇଛି ଓ ଆଉ କୌଣସି ବିପଦ ନାହିଁ, ତେବେ ଆପଣ ଭୁଲ ଭାବୁଛନ୍ତି । ଭାରତରେ କରୋନାର ଚତୁର୍ଥ ଲହରକୁ ନେଇ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି । ତାଙ୍କ କହିବା ମୁତାବକ, ଚତୁର୍ଥ ଲହର ପ୍ରାୟ ଜୁନ ୨୨ରୁ ଆରମ୍ଭ ହୋଇପାରେ, ଯାହାର ପ୍ରଭାବ ଅକ୍ଟୋବର ୨୪ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ଚତୁର୍ଥ ଲହର କେତେ ଗମ୍ଭୀର ହେବ, ଏହା କରୋନାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଜଣାପଡିବ ।

ଆଇଆଇଟି କାନପୁରର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କରୋନାର ଚତୁର୍ଥ ଲହର ଅତି କମରେ ଚାରିମାସ ପର୍ଯ୍ୟନ୍ତ ଚାଲିବ । ଏହି ଭବିଷ୍ୟବାଣୀ ଫେବୃଆରୀ୨୪ରେ ପ୍ରିଣ୍ଟ ପ୍ରିଣ୍ଟ ସର୍ଭର ମେଡଆରରେ ପ୍ରକାଶିତ ହୋଇଥିଲା । ବିଶେଷଜ୍ଞଙ୍କ କହିବା ମୁତାବକ, ଚତୁର୍ଥ ଲହର ଅଗଷ୍ଟ ୧୫ ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପିକରେ ପହଞ୍ଚିଯିବ । ଏହା ପରେ ଏହା କମିବା ଆରମ୍ଭ କରିବ । ଚିନ୍ତୁ ବର୍ତ୍ତମାନ ସମୟରେ ଏହାର ଗମ୍ଭୀରତା ଉପରେ କିଛି କୁହାଯାଇପାରିବ ନାହିଁ ।

ତେବେ ଆଇଆଇଟି କାନପୁରର ଅନୁସନ୍ଧାନକାରୀମାନେ ତୃତୀୟ ଥର ପାଇଁ ଦେଶରେ କରୋନା ଲହରର ଭବିଷ୍ୟବାଣୀ କରିଛନ୍ତି । ତୃତୀୟ ଲହରକୁ ନେଇ ତାଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଠିକ୍ ଭାବେ ପ୍ରମାଣିତ ହେଲା । ଏଡି ରିସର୍ଚ୍ଚ ଆଇଆଇଟି କାନପୁରର ଏସପି ରାଜେଶଭାଇ, ସୁଭ୍ରା ଶଙ୍କର ଧର ଏବଂ ଶଲଭ ଦ୍ୱାରା କରାଯାଇଥିଲା । ନିଜ ଭବିଷ୍ୟବାଣୀକୁ ନେଇ ଏହି ଟିମ୍ ପରିସଂଖ୍ୟାନ ମଡେଲର ବ୍ୟବହାର କରିଥିଲେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ୯୩୬ ଦିନ ପରେ କରୋନାର ଚତୁର୍ଥ ଲହର ଆସିପାରେ । ଏଭଳି ପରିସ୍ଥିତିରେ ଚତୁର୍ଥ ଲହର ୨୨ ଜୁନରୁ ଆରମ୍ଭ ହୋଇ ଶିଖରରେ ପହଞ୍ଚିବା ପରେ ୨୪ ଅକ୍ଟୋବରରେ ଶେଷ ହୋଇଯିବ ।

Get real time updates directly on you device, subscribe now.