fbpx
BSKY SKY
BSKY SKY

୨୮ ଦିନର ମୋବାଇଲ ରିଚାର୍ଜ କରାଇବେ ମୋଦି ସରକାର! କ’ଣ ଆସୁଛି ନୂଆ ସ୍କିମ୍

BSKY

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି କେନ୍ଦ୍ର ସରକାର । ପିଲାଠୁ ବୁଢା ଏବଂ ମହିଳା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର କିଛି ନା କିଛି ଯୋଜନା କରିଛନ୍ତି । ତେବେ ବର୍ତ୍ତମାନ ଲୋକଙ୍କ ପାଇଁ ମାଗଣାରେ ମୋବାଇଲ ରିଚାର୍ଜ କରୁଛନ୍ତି ମୋଦି ସରକାର । ଏ ନେଇ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି?

ଏବେ ଆପଣଙ୍କ ଫୋନରେ ୨୮ ଦିନର ରଚାର୍ଜ ହେଉଛି କି? ତେବେ ଏହି ଖବରର ସତ୍ୟତାକୁ ନେଇ ଫ୍ୟାକ୍ଟ ଚେକ କରିଛି ପିଆଇବି । ତେବେ ପରେ ଟ୍ୱିଟ କରି ପିଆଇବି ଏହାର ପ୍ରକୃତ ସତ୍ୟତା ପଦାକୁ ଆଣିଛି । ଏହି ଟ୍ୱିଟରେ ପିଆଇବି ସ୍ପଷ୍ଟ କରିଛି ଯେ, ହ୍ୱାଟ୍ସଆପରେ ଏକ ମେସେଜ ଭାଇରାଲ ହେଉବାରେ ଲାଗିଛି । ଏହି ଭିଡିଓରେ କୁହାଯାଉଛି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ‘ଫ୍ରି ମୋବାଇଲ ରିଚାର୍ଜ ଯୋଜନା’ ଅଧୀନରେ ସମସ୍ତ ଭାରତୀୟ ୟୁଜର୍ସଙ୍କୁ ୨୮ ଦିନର ରିଚାର୍ଜ ମାଗଣାରେ ପ୍ରଦାନ କରାଯାଉଥିବା ନେଇ ଭିଡିଓରେ ଦାବି ହୋଇଛି ।

ତେବେ ଫ୍ୟାକ୍ଟ ଚେକ ପରେ ଏହି ଭିଡିଓକୁ ନକଲି ବୋଲି ସ୍ପଷ୍ଟ କରିଛି ପିଆଇବି । କେନ୍ଦ୍ର ସରକାରଙ୍କ ଦ୍ୱାରା ଏମିତି କୌଣସି ଯୋଜନା ପ୍ରଣୟନ କରାଯାଇ ନାହିଁ ବୋଲି ଜଣାଯାଇଛି । ତେଣୁ ଏହି ପ୍ରକାର ମେସେଜଗୁଡିକୁ ଅନ୍ୟମାନଙ୍କ ସହ ସେୟାର ନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଏହାସହିତ କୌଣସି ସରକାରୀ ଯୋଜନା ବିଷୟରେ ଜାଣିବା ପାଇଁ କେବଳ ଅଫିସିଆଲ ୱେବସାଇଟକୁ ଫଲୋ କରିବା ପାଇଁ ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.