fbpx

ଯୁଦ୍ଧ ଅପରାଧ ପାଇଁ ପୁଟିନ୍‌ଙ୍କୁ ଦାୟୀ କଲେ ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ, ଗିରଫ ପାଇଁ ଜାରି କଲେ ୱାରେଣ୍ଟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଦୁଇ ଦେଶ କଏହି କାହା ଆଗରେ ନାଇଁବାକୁ ପ୍ରସ୍ତୁତ ନୁହନ୍ତି। ଏହାରି ମଧ୍ୟରେ ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ, ଋଷ ରାଷ୍ଟ୍ରପତି ୟୁକ୍ରେନର ଅଧିକୃତ ଅଞ୍ଚଳରୁ ରୁଷିଆ ଫେଡେରେଶନକୁ ଲୋକ (ବିଶେଷକରି ଶିଶୁ) ବେଆଇନ ସ୍ଥାନାନ୍ତର ଯୁଦ୍ଧ ଅପରାଧ ପାଇଁ ଦାୟୀ।

ତେବେ ପଡ଼ୋଶୀ ୟୁକ୍ରେନ୍ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଋଷ ବାରମ୍ବାର ଖାରଜ କରି ଆସୁଛି। ଅନ୍ତର୍ଜାତୀୟ ଅପରାଧିକ କୋର୍ଟର ପ୍ରି-ଟ୍ରାଏଲ୍ ଚାମ୍ବର-୨ ପୁଟିନଙ୍କ ସମେତ ଦୁଇ ଜଣଙ୍କୁ ଗିରଫ ୱାରେଣ୍ଟ ଜାରି କରିଛି। ଏହି ଦ୍ୱିତୀୟ ନାମ ହେଉଛି ମାରିଆ ଆଲେକ୍ସେଭେନା ଲଭୋଭା-ବେଲୋଭା।

କୋର୍ଟ କହିଛନ୍ତି ଯେ, ଫେବୃଆରୀ ୨୪, ୨୦୨୨ ରେ ଋଷର ଆକ୍ରମଣ ଆରମ୍ଭରୁ ୟୁକ୍ରେନ ଅଧିକୃତ ଅଞ୍ଚଳରେ ଏହି ଅପରାଧ କରାଯାଇଥିଲା । ଅଦାଲତ ଦର୍ଶାଇଛନ୍ତି ଯେ ପୁଟିନ ବ୍ୟକ୍ତିଗତ କିମ୍ବା ଅନ୍ୟମାନଙ୍କ ସହ ମିଳିତ ଭାବରେ ଏପରି କାର୍ଯ୍ୟ କରିଥିବାରୁ ବ୍ୟକ୍ତିଗତ ଅପରାଧିକ ସେ ଦାୟିତ୍ୱ ବହନ କରିବେ ।

ମାରିଆ ଆଲେକ୍ସାଇଭନା ଲଭୋଭା-ବେଲୋଭା ହେଉଛନ୍ତି ଋଷର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଶିଶୁ ଅଧିକାର କମିଶନ। ଶିଶୁଙ୍କୁ ବେଆଇନ ଦେଶରୁ ବିତାଡିତ ତଥା ବେଆଇନ ହସ୍ତାନ୍ତର ଯୁଦ୍ଧ ଅପରାଧ ପାଇଁ ସେ ଦାୟୀ ବୋଲି ଅଭିଯୋଗ ହୋଇଛି। ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ ଫେବୃଆରୀରୁ ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ବାରମ୍ବାର ଋଷକୁ ଯୁଦ୍ଧ ଅପରାଧ ବୋଲି ଅଭିହିତ କରିଛି।

Get real time updates directly on you device, subscribe now.