fbpx

ପାର୍ବଣ ଋତୁରେ ଶସ୍ତା ହେବ ଖାଇବା ତେଲ, ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର । ତେଲର ବର୍ଦ୍ଧିତ ଦର ଯୋଗୁଁ ଛଟପଟ ହେଉଥିବା ଜନସାଧାରଣ ଖୁବଶୀଘ୍ର ପାଇବେ ଶସ୍ତାରେ ଖାଇବା ତେଲ । ପାର୍ବଣ ଋତୁରେ ଲୋକମାନଙ୍କୁ ଶସ୍ତାରେ ତୈଳ ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହ ଆମଦାନୀ ଶୁଳ୍କର ବେନିଫିଟ ଗ୍ରାହକମାନଙ୍କୁ ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କେନ୍ଦ୍ର ସରକାର ଅଶୋଧିତ ତୈଳ ଉପରୁ କଷ୍ଟମ ଶୁଳ୍କ ଛାଡ଼ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । କେନ୍ଦ୍ର ସରକାର ପାମ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ଏଗ୍ରି ସେସ, କଷ୍ଟମ ଶୁଳ୍କ ହ୍ରାସ କରିସାରିଛନ୍ତି । ୨୦୨୨ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସରକାର ପାମ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ କୃଷି ସେସ୍ ଛାଡ଼ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ପାର୍ବଣ ଋତୁରେ ଖାଇବା ତେଲର ଦର ହ୍ରାସ ହେବା ସହ ଘରୋଇ ଉପଲବ୍ଧତା ବୃଦ୍ଧିରେ ସହାୟକ ହେବ । ସରକାର ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରୁ ୨.୫ ପ୍ରତିଶତ ଶୁଳ୍କ, ପାମ ତେଲ ଉପରୁ ୧୩.୫ ପ୍ରତିଶତ କୃଷି ଶୁଳ୍କ, ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରୁ ୫ ପ୍ରତିଶତ ଶୁଳ୍କ ଛାଡ଼ କରିଛନ୍ତି । ତେବେ ଖାଇବା ତେଲର ଏହି ଶୁଳ୍କ ଗତ ୧୪ ତାରିଖରୁ ଛାଡ଼ କରାଯାଇଥିବା ବେଳେ ତାହା ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.