fbpx
BSKY
BJD SHG SKY
BJD YOUTH SKY

ଗ୍ରାମୀଣ ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ଗିଫ୍ଟ: DAY-NRLM ଯୋଜନା ମାଧ୍ୟମରେ ପ୍ରଦାନ କରାଯିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳାମାନେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶିର ଲାଭ ଉଠାଇ ପାରିବେ । ଏହା ଏକ ଓଭରଡ୍ରାଫ୍ଟ ଫାସିଲିଟି ହୋଇଥିବା ବେଳେ ପୂର୍ବରୁ ଏହା ବଡ଼ ବଡ଼ ଲୋକଙ୍କୁ ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହା ଗାଁରେ ରହୁଥିବା ମହିଳାଙ୍କୁ ପ୍ରଦାନ କରାଯାଉଥିବାରୁ ସେମାନେ ଅନ୍ୟ ଆଗରେ ଆଉ ହାତ ପତାଇବା ଆବଶ୍ୟକ ପଡ଼ିବ ନାହିଁ ।

ବର୍ତ୍ତମାନ କେନ୍ଦ୍ର ସରକାର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଏହି ଅବସରରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ସଚିବ ନାଗେନ୍ଦ୍ର ନାଥ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା -ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ (ଡେ-ଏନଆରଏଲଏମ) ଯୋଜନାର ଶୁଭାରମ୍ଭ କରିବେ । ସରକାରୀ ବ୍ୟାଙ୍କ ଓ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସମସ୍ତ ବ୍ୟାଙ୍କର ଏମଡି, ଉପପ୍ରବନ୍ଧ ନିର୍ଦ୍ଦେଶକ, କାର୍ଯ୍ୟକାରୀ ନିର୍ଦ୍ଦେଶକ, ମୁଖ୍ୟ ପ୍ରବନ୍ଧକ, ଏନଆରଏଲଏମର ଅଧିକାରୀମାନେ ସାମିଲ ହେବେ । ୫ ହଜାର ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ କରିବା ନେଇ ୨୦୧୯-୨୦ ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଏହି ଯୋଜନା ଅନୁଯାୟୀ, ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ୫ କୋଟି ମହିଳା/ ଏସଏଚଜି ସଦସ୍ୟଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ।

Get real time updates directly on you device, subscribe now.