fbpx
BSKY
BJD SHG SKY
BJD YOUTH SKY

(ଭିଡିଓ)PA ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ କ’ଣ କହିଲେ କ୍ରାଇମବ୍ରାଞ୍ଚ ADG? ଜାଣନ୍ତୁ

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁକୁ ନେଇ ଚାଲିଛି ତନାଘନା । ଏହାରି ମଧ୍ୟରେ ମାମଲାକୁ ନେଇ ପୁରୀରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଥିରେ ସେ କହିଛନ୍ତି ଯେ, ‘ମାମଲାରେ ବହୁତ କିଛି ଅଗ୍ରଗତି ଘଟିଛି । ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି । ଆବଶ୍ୟକ ପଡ଼ିଲେ କିଛି ଲୋକଙ୍କର ଲାଏ ଡିଟେକ୍ସନ କରାଯିବ । ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଛି । ତଦନ୍ତରେ ଅଗ୍ରଗତି ହୋଇଛି, ଏପର୍ଯ୍ୟନ୍ତ ନିଷ୍କର୍ଷରେ ପହଞ୍ଚିନୁ ।’

ତେବେ ଏହି ମାମଲାରେ ସଞ୍ଜୟଙ୍କ ପିଏସଓ ସର୍ବେଶ୍ୱର ଜେନାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ଚିତ୍ତରଞ୍ଜନଙ୍କ ପୁତୁରା ଦିଲ୍ଲୀପ ପଲେଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି । ମିଳିଥିବା ସୂଚନା ମୁତାବକ, ଘଟଣା ପୂର୍ବ ରାତିରେ ଚିତ୍ତଙ୍କ ସହ ଭୋଜି କରିଥିଲେ ସର୍ବେଶ୍ୱର ଓ ଦିଲ୍ଲୀପ । ଭୋଜିରେ ସାମିଲ ଆଉ ୩ ଜଣଙ୍କୁ ମଧ୍ୟ ଜେରା କରାଯିବ । ସେହି ୩ ଜଣ ହେଉଛନ୍ତି ଉମାକାନ୍ତ ପାଇକରାୟ, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଜଗନ୍ନାଥ ଷଡ଼ଙ୍ଗୀ । ଭୋଜିରେ ସାମିଲ ସମସ୍ତଙ୍କର ସିଡିଆରକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଏହାରି ମଧ୍ୟରେ ଆଜି ଚିତ୍ତରଞ୍ଜନ ପଲେଇଙ୍କ ଭିସେରା ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.