fbpx
BSKY
BJD SHG SKY
BJD YOUTH SKY

ଘରେ ବସି ଖୋଲନ୍ତୁ ବ୍ୟାଙ୍କ ଆକାଉଣ୍ଟ୍, ଆବେଦନ କରିବା ପାଇଁ ଜାଣନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ସପିଂ କରିବା ଠାରୁ ବିଭିନ୍ନ ପ୍ରକାର ଆର୍ଥିକ ନେଣଦେଣ କାର୍ଯ୍ୟ ଅନଲାଇନ୍ ରେ ଖୁବ୍ ସହଜରେ ହୋଇଯାଉଛି । ଏଥିରେ ସମୟ ବଞ୍ଚିବା ସହିତ ଅଯଥା ଖର୍ଚ୍ଚରୁ ମଧ୍ୟ ମୁକ୍ତି ମିଳିପାରୁଛି । ତେବେ ଆଜି ଆମେ ଜାଣିବା ଆପଣ ମାନେ ଘରେ ବସି କିପରି ଅନଲାଇନ୍ ରେ ବ୍ୟାଙ୍କ ଖାତା ଖୋଲିପାରିବେ । କାରଣ ଆପଣ ନିଜର ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢ଼ି ବ୍ୟାଙ୍କକୁ ଳଯାଇ ଖାତା ଖୋଜିବା କଷ୍ଟକର ହେଉଛି । ତେଣୁ ଅନଲାଇନ୍ ରେ ମାତ୍ର କିଛି ମିନିଟ୍ ମଧ୍ୟରେ ହିଁ କିପରି ବ୍ୟାଙ୍କରେ ଖାତା ଖୋଲିପାରିବେ ।

୧. ପ୍ରଥମେ ଆପଣ ଯେଉଁ ବ୍ୟାଙ୍କରେ ଖାତା ଖୋଲିବାକୁ ଚାହୁଁଛନ୍ତି, ସେହି ବ୍ୟାଙ୍କ୍ ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ । ସେଠାକୁ ଯାଇ ନ୍ୟୁ ବ୍ୟାଙ୍କ୍ ଆକାଉଣ୍ଟ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ ।

୨. ଏହାପରେ ଆପଣଙ୍କୁ ନିଜର ଜରୁରୀ ତଥ୍ୟ; ନାମ, ମୋବାଇଲ୍ ନମ୍ବର, ଠିକଣା, କେଉଁ ଭଳି ଖାତା ଖୋଲିବେ (ସେଭିଂସ୍ କିମ୍ବା କରେଣ୍ଟ) ଇତ୍ୟାଦି ଦେବାକୁ ହେବ । ଏସବୁ ତଥ୍ୟ ଦେବା ପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ ଯାହାକୁ ଆପଣଙ୍କୁ ଭରିବାକୁ ହେବ ।

୩. ଆଗକୁ ଆପଣ ନିଜର ଡକ୍ୟୁମେଣ୍ଟର କପି ଯେପରିକିି ଆଧାର କାର୍ଡ, ପାସ୍ ପୋର୍ଟ ସାଇଜ୍ ଫଟୋ ଓ ପାନ୍ କାର୍ଡ ଆଦି ଅପଲୋଡ୍ କରିବାକୁ ପଡ଼ିବ । ମୋବାଇଲ୍ ନମ୍ବର ଜରିଆରେ ଆପଣ ନିଜର ଆଧାର କାର୍ଡ ଭେରିଫାଇ କରିବାକୁ ପଡ଼େ ।

୪. ଶେଷରେ ଭିଡିଓ କେୱାଇସି ଦ୍ୱାରା କିମ୍ବା ବ୍ୟାଙ୍କ କର୍ମଚାରୀ ଆପଣଙ୍କ ଘରକୁ ଆସି ବିଭିନ୍ନ ତଥ୍ୟ ଭେରିଫାଇ କରିଥାଏ । ଏସବୁ ପ୍ରକ୍ରିୟା ପରେ ଆପଣଙ୍କ ବ୍ୟାଙ୍କ ଖାତା ଖୋଲିଯିବ । ଏହାପରେ ଆପଣ ଏଟିଏମ୍ ଓ ଚେକ୍ ବୁକ୍ ର ସୁବିଧା ପାଇପାରିବେ ।

Get real time updates directly on you device, subscribe now.