fbpx

ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା: ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ନୂଆଦିଲ୍ଲୀ: ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ୧୨ରୁ ୧୪ ବର୍ଷ ପିଲାଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ତେବେ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨-୧୪ ବର୍ଷ ପିଲାଙ୍କ କରୋନା ଟିକା ନେଇ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍ ଅନୁସାରେ, ପ୍ରଥମ ଡୋଜ ଦେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ । ଅର୍ଥତ୍ ଉଭୟ ଡୋଜ୍ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ ।

କେନ୍ଦ୍ର ଏହି ଗାଇଡଲାଇନ୍ ସୋମବାର ଦିନ ଏକ ଚିଠି ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଇଛି । ଏହା ଅନୁସାରେ, ପିଲାଙ୍କ ଜନ୍ମ ମାର୍ଚ୍ଚ ୧୫, ୨୦୧୦ ପୂର୍ବରୁ ହୋଇଥିବା ଦରକାର । ଦେଶରେ ୧୨ରୁ ୧୩ ବର୍ଷ ବୟସର ୪.୭ କୋଟି ଶିଶୁ ଅଛନ୍ତି । ଟିକାକରଣ ପାଇଁ କୋୱିନ୍ ଆପରେ ରେଜିଷ୍ଟ୍ରେସନ କରିବାକୁ ପଡିବ ।

Get real time updates directly on you device, subscribe now.