fbpx
BJD SKY
BJD SKY

ବଡ ଖୁସି ଖବର, ମୋଦି ଦେବେ ୩ ଲକ୍ଷ! କୃଷକଙ୍କ ପାଇଁ ସରକାରଙ୍କୁ ଆଦେଶ ଦେଲେ ଅର୍ଥମନ୍ତ୍ରୀ

BJD

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ସରକାର । ଏଣିକି ଦେଶର କୋଟି କୋଟି କୃଷକଙ୍କୁ ସରକାରଙ୍କ ତରଫରୁ ମିଳିବ ୩ ଲକ୍ଷ ଟଙ୍କା । କୃଷକଙ୍କ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ସମସ୍ୟା ଚାଲୁ ରହିଥିବା ବେଳେ ବର୍ତ୍ତମାନ ଏକ ଉପହାର ଆଣିଛନ୍ତି ସରକାର । ଏହି ଟଙ୍କା ଏବେ କୃଷକଙ୍କୁ ଆର୍ଥିକ କ୍ଷେତ୍ରରେ ଖୁବ ସାହାଯ୍ୟ କରିବ । ଦେଶର କୃଷକଙ୍କ ଆର୍ଥିକ ବିକାଶ ପାଇଁ ନୂଆ ନିୟମ ଆଣିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କିସାନ ଯୋଜନା ବ୍ୟତୀତ ସରକାର କୃଷକଙ୍କ ପାଇଁ କେସିସି ସୁବିଧା ମଧ୍ୟ ଦେଉଛନ୍ତି ସରକାର । ଏହାଦ୍ୱାରା କୃଷକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ମିଳିପାରିବ । ଏଥିପାଇଁ ପିଏମ କିସାନ ଯୋଜନାର ସମସ୍ତ ହିତାଧିକାରୀ ଚାଷୀଭ୍କୁ କିସାନ କ୍ରେଡିଟ କାର୍ଡ ଇସୁ କରିବା ପାଇଁ ଆଦେଶ ଦେଇଛନ୍ତି । ଦେଶର ସବୁଠୁ କମ୍ ସୁଧ ଥିବା ଏହି ଯୋଜନା ଜରିଆରେ କୃଷକମାନଙ୍କୁ ଆର୍ଥିକ ସହାୟତା ମିଳିଥାଏ । ଅନେକ ସମୟରେ କୃଷକଙ୍କୁ କେସିସି ଲୋନ ରାଶିରେ ସବସିଡି ମଧ୍ୟ ଘୋଷଣା କରାଯାଇଥାଏ । ତେବେ ଅଧିକାଂଶ ଚାଷୀ କୃଷି କ୍ଷେତ୍ରରେ ଆବଶ୍ୟକ ଅନୁସାରେ ଏଥିରେ ଟଙ୍କା ନେଇଥାନ୍ତି । ସାହୁକାରଙ୍କ ସୁଧହାର ଦାଉରୁ ରକ୍ଷା କରିବା ପାଇଁ କୃଷକଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଉଛି ।

ଏହି ଯୋଜନାରେ କୃଷକଙ୍କୁ ୭% ସୁଧହାରରେ ଲୋନ ଦିଆଯାଏ । ତେବେ ଏହାକୁ ଉଚିତ ସମୟରେ ସୁଝି ଦେଉଥିବା ଚାଷୀଙ୍କ ପାଇଁ ସୁଧହାର ୩ ପ୍ରତିଶତ ହ୍ରାସ କରାଯାଇ ମୋଟ ୪%ରେ ଲୋନ ଦିଆଯାଏ । ଏହି ଯୋଜନାରେ ।ଭାର୍ଥୀ କୃଷକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ୧୮-୭୫ ବର୍ଷ ବୟସ ମଧ୍ୟରେ ଜଣେ କୃଷକ ଏହି ଲୋନ ନେବା ପାଇଁ ଆବେଦନ କରିପାରିବେ । ଆସନ୍ତା ଦିନରେ ଏହି ଲୋନ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇପାରେ ।

Get real time updates directly on you device, subscribe now.