fbpx
BJD
BJD SKY
BJD SKY

ସବୁ ପୋଲିସ ଷ୍ଟେସନରେ ଲଗାଯାଉ ସିସିଟିଭି: ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଗାଇଡ଼ଲାଇନ୍

BJD

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ପୋଲିସ୍ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଗାଇଡଲାଇନ ଜାରିକରିଥିବା ନେଇ ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ଲୋକସଭାକୁ ସୂଚିତ କରିଛନ୍ତି । ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟ ଗତ ବର୍ଷ ଡିସେମ୍ବର ୨ ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଷ୍ଟେସନକୁ ବିଜ୍ଞପ୍ତି ଜାରି କରିଥିଲେ। ଯେଉଁଥିରେ ପୋଲିସ ଷ୍ଟେସନ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର କାର୍ଯ୍ୟାଳୟରେ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଏପ୍ରିଲ ୬ ରେ ହୋଇଥିବା ଶେଷ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦିନଠାରୁ ଏକ ମାସ ମଧ୍ୟରେ ଏଥିପାଇଁ ବଜେଟ୍ ଆବଣ୍ଟନ ଏବଂ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଆଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତର ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯିବା ସମ୍ପର୍କରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନେ ପୂର୍ବରୁ ଜଡିତ ଅଛନ୍ତି। ପୋଲିସ୍ ରାଜ୍ୟର ବିଷୟ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ସ୍ତରରେ ସିସିଟିଭି ଥିବା ପୋଲିସ୍ ଷ୍ଟେସନ୍ ସଂଖ୍ୟା ବିଷୟରେ ସୂଚନା ନିଆଯାଇନାହିଁ। ସେ କହିଥିଲେ ପୂର୍ବରୁ ହିଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରି୍ମ କୋର୍ଟଙ୍କ ତରଫରୁ ସିଧାସଳଖ ଏହି ନିର୍ଦ୍ଦେଶ ସହ ଜଡ଼ିତ ଅଛନ୍ତି ।

ସୂଚନାଯୋଗ୍ୟ, ସମ୍ବିଧାନର ସପ୍ତମ ଅନୁସୂଚୀ ଅନୁଯାୟୀ ‘ପୋଲିସ୍’ ଏବଂ ‘ଲୋକ ବ୍ୟବସ୍ଥା’ ହେଉଛି ଭାରତର ରାଜ୍ୟ ବିଷୟ । ‘ପୋଲିସ୍’ ଆଧୁନିକୀକରଣ ପାଇଁ ରାଜ୍ୟଗୁଡ଼ିକର ସହାୟତା ଯୋଜନାର ଆବଶ୍ୟକ ରହିଥାଏ ।

ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କ ଲିଖିତ ଉତ୍ତରରେ ଏହା ମଧ୍ୟ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବର ୨ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କୁ ମଧ୍ୟ ଏହା ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେ ୨୦୨୧-୨୨ ପାଇଁ ନିଜର ବଜେଟ୍ ପ୍ରସ୍ତାବରେ ପ୍ରତ୍ୟେକ ପୋଲିସ୍ ଷ୍ଟେସନରେ ସିସିଟିଭି ଲଗାଇବା ଆବଶ୍ୟକତାକୁ ସାମିଲ କରନ୍ତୁ ।

Get real time updates directly on you device, subscribe now.