fbpx

ଚାକିରି କେଳେଙ୍କାରୀ, ପୁଣି ଜଣେ ଯୁବତୀଙ୍କ ସାଂଘାତିକ ଅଭିଯୋଗ

ଓଡ଼ିଶା ଭାସ୍କର ବ୍ୟୁରୋ: OSSC କେଳେଙ୍କାରୀରୁ ଧୀରେ ଧୀରେ ଗୁମର ଖୋଲୁଛି । ତେବେ ସରକାରୀ ବାବୁଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତା ଉପରେ ପ୍ରଶ୍ନର ପାହାଡ଼ ଠିଆ ହେବାରେ ଲାଗିଛି । ଦିନକୁ ଦିନ ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା ବାବୁମାନଙ୍କ ନାଁରେ ଛାତ୍ରଛାତ୍ରୀ/ ଚାକିରି ଆଶାୟୀଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି ।

ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ଆମେ ଉଚ୍ଚ ଶିକ୍ଷିତ ହୋଇ କାହିଁକି ଚାକିରି ପାଉନୁ? କଣ ଆମେ ପଇସା ଦେଲେ ଚାକିରି ପାଇବୁ? ଆଉ ଯଦି ତାହା ମିଥ୍ୟା ତେବେ ସେହି ଅଫିସରେ ଯେଉଁମାନେ ଚାକିରି ପାଇଛନ୍ତି ସେମାନେ କାହିଁକି ସେଠାରେ ବସୁ ନାହାନ୍ତି? ଅଫିସ୍ ସବୁବେଳେ ତାଲା କାହିଁକି? କାହିଁକି ଦିନ ଦିନ ଧରି କାର୍ଯ୍ୟାଳୟ ବନ୍ଦ ରହୁଛି? ଏପରିକି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କଲେ ବି ଉତ୍ତର କିଛି ଧମକ ଦେଲା ପରି ଆସୁଛି ବୋଲି ଜଣେ ଯୁବତୀ ଅଭିଯୋଗ କରିଛନ୍ତି । ବାବୁମାନେ ଅଫିସରେ ତାଲା ପକାଇ ନିଜ ଫାର୍ମ/ବଗିଚାରେ କାମ କରୁଛନ୍ତି । କେବଳ ଉଚ୍ଚ ଅଧିକାରୀ କେହି ଆସିଲେ ଖୋଲୁଛି ଅଫିସ୍ । ଏଭଳି ଅଭିଯୋଗ ସମ୍ପ୍ରତି ବଡ଼ ଚର୍ଚ୍ଚାର କାରଣ ପାଲଟିଛି ।

ଏହି ଘଟଣା ହେଉଛି ମୟୂରଭଞ୍ଜ ଜିଲ୍ଲାର । ଜିଲ୍ଲାର ବାଳିମୁଣ୍ଡୁଳିଠାରେ ରହିଛିି ସେଣ୍ଟ୍ରାଲ୍ ୱାଟର୍ କମିସନ୍ ଅଫିସ, ହେଲେ କର୍ମଚାରୀ ନାହାନ୍ତି । କେବଳ ତାଲା ପଡ଼ିରହୁଛି । ଏନେଇ ଏହି ଯୁବତୀ ଜଣକ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ଜଣାଇଥିଲେ । ଆଉ ଅନେକ ଦିନ ପର୍ଯ୍ୟନ୍ତ କୌଣସି ଉତ୍ତର ନ ପାଇ ଫୋନ କରିଥିଲେ । ହେଲେ ମିଳିନଥିଲା ସନ୍ତୋଷଜନକ ଉତ୍ତର । ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଜଣେ ୮ମ ଶ୍ରେଣୀ ଯୁବକଙ୍କୁ ଉକ୍ତ ଶାଖା ଅଫିସ୍ରେ ଚାକିରି ମିଳିପାରୁଛି ତେବେ ଏହି ଉଚ୍ଚ ଶିକ୍ଷିତା ବିଟେକ୍ ପାସ କରିଥିବା ଯୁବତୀଙ୍କୁ କାହିଁକି ମିଳୁନି ଚାକିରି?

Get real time updates directly on you device, subscribe now.