fbpx

ପ୍ରିୟା ପାଇଁ ପାଣିଟାଙ୍କିରେ ଚଢିଲା ପାଗଳ ପ୍ରେମିକ; ହେଲେ ଡରିଲା କାହିଁକି……

ଭବାନୀପାଟଣା (ଓଡ଼ିଶା ଭାସ୍କର): ପ୍ରେମ ପାଇଁ ମଣିଷ ପାଗଳାମୀର ସବୁ ସୀମା ପାର କରିଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣାରେ । ପ୍ରେମିକ ଜଣକ ଏକ ପାଣି ଟାଙ୍କି ଉପର ଚଢି ଯାଇଥିଲା । ତେବେ ପରେ ଅଗ୍ନିଶମ ବିଭାଗ ଓ ପରିବାର ଲୋକଙ୍କ ସହାୟତାରେ ଯୁବକ ଜଣଙ୍କ ପାଣି ଟାଙ୍କି ଉପରୁ ତଳକୁ ଓହ୍ଲାଇଛି ।

ଘଟଣାଟି ଘଟିଥିଲା କଳାହାଣ୍ଡିର ଧର୍ମଗଡ ଗ୍ରାମରେ । ବ୍ରାହ୍ମଣ ଛେଣ୍ଡିଆ ଗ୍ରାମର ଯୁବକ ଜଣକ ପ୍ରେମିକାକୁ ପାଇବା ପାଇଁ ସବୁ ସୀମା ପାର କରିଛି । ପ୍ରେମିକାର ପରିବାର ଲୋକ ସମ୍ପର୍କକୁ ବିରୋଧ କରିବା ପରେ ଯୁବକ ଜଣକ ଗ୍ରାମରେ ରହିଥିବା ଓଭରହେଡ ପାଣିଟାଙ୍କି ଉପରକୁ ଚଢିଯାଇଥିଲା । ତେବେ ସେଠାରୁ ଅନ୍ୟ କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଥିଲେ ପ୍ରେମିକ । ଶେଷରେ ଦୀର୍ଘ ସମୟର ଡ୍ରାମା ପରେ ଏହି ପାଗଳ ପ୍ରେମିକକୁ ଓହ୍ଲାଇବାରେ ସଫଳ ହୋଇଥିଲା ଅଗ୍ନିଶମ ବିଭାଗ ।

Get real time updates directly on you device, subscribe now.