fbpx

ଏହି ସରକାରୀ ବ୍ୟାଙ୍କରେ ରହିଛି କି ଆକାଉଣ୍ଟ, ୧ ଅକ୍ଟୋବରରୁ ବଦଳିଯିବ ଏହି ନିୟମ

ନୂଆଦିଲ୍ଲୀ: କ’ଣ ଆପଣ ସରକାରୀ ବ୍ୟାଙ୍କରେ ଖାତା ଖୋଲିଛନ୍ତି କି? ଯଦି ହଁ ତେବେ ଏହା ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର ଅଟେ । କିଛି ମାସ ପୂର୍ବେ କେନ୍ଦ୍ର ସରକାର ଇଣ୍ଡିଆନ ବ୍ୟାଙ୍କ ଏବଂ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ କରିଥିଲେ, ଯାହା ପରେ ଗ୍ରାହକଙ୍କ ଚେକବୁକ୍ ଏବଂ ଏମଆଇସିଆର(MICR) କୋଡ୍ ବଦଳିଯାଇଛି । ଇଣ୍ଡିଆନ ବ୍ୟାଙ୍କ ଟ୍ୱିଟ୍ କରି ଏହି ସୂଚନା ଗ୍ରାହକଙ୍କୁ ଦେଇଛି । ବ୍ୟାଙ୍କ ଗ୍ରାହକ ଅନଲାଇନରେ ମଧ୍ୟ ଚେକ୍ ଆବେଦନ କରିପାରିବେ । ଆପଣ ଇଣ୍ଟରନେଟ ବ୍ୟାଙ୍କିଙ୍ଗ କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଦ୍ୱାରା ଚେକବୁକ ଆପ୍ଲାଏ କରିପାରିବେ ।

ବ୍ୟାଙ୍କ ଟ୍ୱିଟ୍ କରି କହିଛି ଯେ ଗ୍ରାହକ ନିଜର ନୂଆ ଚେକବୁକ୍ ବ୍ୟାଙ୍କରୁ ସଂଗ୍ରହ କରିନିଅନ୍ତୁ । ୧ ତାରିଖ ପରଠାରୁ ଗ୍ରାହକ ପୁରୁଣା ଚେକବୁକର ବ୍ୟବହାର କରିପାରିବେନାହିଁ । ପୁରୁଣା ଚେକବୁକ୍ କାମ କରିବନାହିଁ, ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେନାହିଁ । ତେଣୁ ଖୁବଶୀଘ୍ର ଚେକବୁକ୍ ପାଇଁ ଆବେଦନ କରିନିଅନ୍ତୁ ।

ମ୍ୟାଗ୍ନେଟିକ୍ ଇଙ୍କ୍ କରେକ୍ଟର ରେକଗନାଇଜେସନ (ଏମଆଇସିଆର) ହେଉଛି ଏକ ୯ ଅଙ୍କ ବିଶିଷ୍ଟ କୋଡ୍ । ଏହା ସେହି ବ୍ୟାଙ୍କ ଶାଖାଗୁଡ଼ିକୁ ଚିହ୍ନଟ କରେ ଯେଉଁମାନେ ଇଲେକ୍ଟ୍ରୋନିକ୍ କ୍ଲିୟରିଙ୍ଗ ସିଷ୍ଟମରେ ଭାଗ ନେଇଥାନ୍ତି । ଏହି କୋଡ୍ ରେ ବ୍ୟାଙ୍କ କୋଡ୍, ଆକାଉଣ୍ଟ ବିବରଣୀ, ଅର୍ଥ ପରିମାଣ, ଏବଂ ଚେକ୍ ନମ୍ବର ପରି ସବିଶେଷ ତଥ୍ୟ ରହିଥାଏ । ଏହି କୋଡ୍ ଚେକ୍ ର ତଳକୁ ରହିଥାଏ । ଏହି ୯ ଅଙ୍କ ବିଶିଷ୍ଟ କୋଡ୍ ରେ ପ୍ରଥମ ୩ ଅଙ୍କ ସହରକୁ ଦର୍ଶାଇଥାଏ, ପରବର୍ତ୍ତୀ ୩ ଅଙ୍କ ବ୍ୟାଙ୍କକୁ ଦର୍ଶାଇଥିବାବେଳେ ଶେଷ ୩ ଅଙ୍କ ଶାଖା କୋଡ୍ କୁ ଦର୍ଶାଇଥାଏ ।

Get real time updates directly on you device, subscribe now.