fbpx

ଭାରତ-ଇଂଲଣ୍ଡ ସିରିଜରୁ ବାଦ ପଡିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ପୂର୍ବରୁ ଘରୋଇ ଦଳକୁ ବଡ ଝଟକା ଲାଗିଛି । ଇଂଲଣ୍ଡର ଷ୍ଟାର ପେସ ବୋଲର ଷ୍ଟୁଆର୍ଟ ବ୍ରଡ ସମୁଦାୟ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ବୁଧବାର ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ପୂର୍ବରୁ ଭାରତର ତିନି ଜଣ ଖେଳାଳି ଆହତ ହୋଇ ସିରିଜରୁ ବାଦ ପଡିଥିବା ବେଳେ ଇଂଲଣ୍ଡକୁ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ପଡିଛି ।

ପେସ୍ ବୋଲର ଜେମସ ଆଣ୍ଡରସନ୍ ସମ୍ପୂର୍ଣ୍ଣ ଫିଟ ନଥିବା ବେଳେ ବର୍ତ୍ତମାନ ବ୍ରଡ ବାଦ ପଡିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ବ୍ରଡଙ୍କ ଜଂଘର ମାଂସପେଶୀ ଟାଣି ହୋଇଥିବା ଜଣାପଡିଛି । ବ୍ରଡଙ୍କ ଅନୁପସ୍ଥିତିରେ ମାର୍କ ଉଡ୍ ଖେଳିବା ସ୍ପଷ୍ଟ ହୋଇଛି । ତେବେ ଯଦି ଆଣ୍ଡରସନ ଫିଟ ନ ରୁହନ୍ତି ତାହେଲେ ୨୨ ବର୍ଷୀୟ ପେସର ସାକିବ ମେହମୁଦ ପଦାର୍ପଣ କରିପାରନ୍ତି । ୨୨ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ମେହମୁଦ ୬୫ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଡାନିଏଲ ଲରେନ୍ସଙ୍କ ସ୍ଥାନରେ ମୋଇନ୍ ଅଲୀ ଖେଳିବାର ସମ୍ଭାବନା ରହିଛି । ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୧୨ ତାରିଖରେ ଲର୍ଡସରେ ଖେଳାଯିବ ।

Get real time updates directly on you device, subscribe now.