fbpx
BSKY
BJD MC SKY
BJD YOUTH SKY

ସାବଧାନ! ବଢୁଛି ତାପମାତ୍ରା: ହିଟୱେଭକୁ ନେଇ ବିଭିନ୍ନ ରାଜ୍ୟକୁ ଜାରି ଆଡଭାଇଜରୀ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଫେବୃଆରୀ ମାସରୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବେଳେ ଅନେକ ସ୍ଥାନରେ ଗରମ ଅନୁଭବ ହେଉଛି । ତେବେ ଚଳିତବର୍ଷ ସମୟର ଯଥେଷ୍ଟ ପୂର୍ବରୁ ଏଭଳି ପରିସ୍ଥିତିକୁ ଦେଖି ଚିନ୍ତାରେ ପଡିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରାୟ ଗୋଟିଏ ମାସ ପୂର୍ବରୁ ରାଜ୍ୟଗୁଡିକୁ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର । ମାର୍ଚ୍ଚ ୧ ତାରିଖରୁ ତୀବ୍ର ଗରମ ସମ୍ବନ୍ଧୀୟ ଦୈନିକ ତଦାରଖ ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ନେଇ ସମସ୍ତ ରାଜ୍ୟରେ ଦୈନିକ ତଦାରଖ କରାଯାଉ । ଅଧିୀକାରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱାସ୍ଥ୍ୟ ସୁବିଧାର ଉଚିତ ପ୍ରସ୍ତୁତି ପାଇଁ ସମସ୍ତ ଜିଲ୍ଲାଗୁଡିକୁ ଗାଇଡଲାଇନ ଡକ୍ୟୁମେଣ୍ଟ ପ୍ରସାର କରିବା ପାଇଁ କୁହାଯାଇଛି । ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ରୋଗଗୁଡିକ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଅଧିକାରୀ । ଅତ୍ୟଧିକ ଗରମ ଯୋଗୁଁ ହେଉଥିବା ବିଭିନ୍ନ ରୋଗ, ଏହାର ପରିଚୟ ଏବଂ ଏହାର ସୁବିଧା ଉପଲବ୍ଧ କରିବା ପାଇଁ ପ୍ରାୟସ କରିବା ଉଚିତ । ଏଥିପାଇଁ ଆବଶ୍ୟକୀୟ ଔଷଧ, ଇଣ୍ଟ୍ରାଭେନସ ଫୁଡ, ଆଇସ ପ୍ୟାକ, ଓଆରଏସ ଏବଂ ଅନ୍ୟାନ୍ୟ ଜରୁରୀ ଉପକରଣ ଯଥେଷ୍ଟ ପରିମାଣରେ ଉପଲବ୍ଧ କରିବା ପାଇଁ ସମୀକ୍ଷା କରାଯାଉ ବୋଲି କହିଛନ୍ତି ମୁଖ୍ୟ ଅଧିକାରୀ ।

ତେବେ କେନ୍ଦ୍ର ସରକାରଙ୍କ ଏହି ଆଲର୍ଟରୁ ଆସନ୍ତା ଦିନରେ ହିଟୱେଭ ହେବାର ସଂକେତ ଦେଉଛି । ତେଣୁ ଜିଲ୍ଲା ସ୍ତରରେ ଏହାକୁ ନେଇ ତୁରନ୍ତ ଆଲର୍ଟ ହେବା ଆବଶ୍ୟକ । ତେବେ ହିଟୱେଭରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.